Only for Entertainment

ଉପକାରୀ ଡାଳିମ୍ବ ଚୋପା ।

Salty's
57

ଡାଳିମ୍ବ ଖାଇବାକୁ ସମସ୍ତେ ପସନ୍ଦ କରନ୍ତି । ତେବେ ଏହା କେବଳ ସ୍ୱାଦିଷ୍ଟ ନୁହେଁ ବରଂ ଖୁବ ଉପକାରୀ ମଧ୍ୟ ।ଯାହା ଆପଣଙ୍କ ଦୈନନ୍ଦିନ ବ୍ୟବହାରରେ ଆସିଥାଏ ।ଏହାକୁ ନେଇ ଆପଣ ଏଭଳି କିଛି ଘରୋଇ ଜିନିଷ ପ୍ରସ୍ତୁତ କରି ବ୍ୟବହାର କରିପାରିବେ । ତେବେ ଆପଣ ନିହାତି ଭାବରେ ଭାବୁଥିବେ ଡାଳିମ୍ବ ଶରୀର ପାଇଁ ଖୁବ ଉପକାରୀ ଏବଂ ଏହା ଦ୍ୱାରା ଶରୀରକୁ ବିଭିନ୍ନ ଲାଭ ମିଳିଥାଏ,କିନ୍ତୁ ଚୋପାରେ କ’ଣ ଫାଇଦା ରହିଛି । ଏହି କଥା ଭାବି ଆପଣ ସବୁବେଳେ ଡାଳିମ୍ବ ଖାଇ ଚୋପା ଫିଙ୍ଗି ଦେଉଥିବେ । କିନ୍ତୁ ଆଜି ତାହାର ଉପକାରୀ ଗୁଣ ବିଷୟରେ ଜାଣିଲେ ଆଉ କେବେ ମଧ୍ୟ ଚୋପା ଫିଙ୍ଗିବେ ନାହିଁ । ତେବେ ଆସନ୍ତୁ ଜାଣିବା କ’ଣ ରହିଛି ଡାଳିମ୍ବ ଚୋପାରେ ଉପକାରୀ ଗୁଣ ।

ପ୍ରଥମେ ଡାଳିମ୍ବ ଚୋପାକୁ ଶୁଖାଇ ଏକ ପାଉଡର ପ୍ରସ୍ତୁତ କରନ୍ତୁ । ଏହି ପାଉଡରକୁ ଏକ ଗ୍ଲାସ ପାଣିରେ ମିଶାଇ ଦିନ ଯାକରେ ଦୁଇଥର କୁଳକୁଜା କରନ୍ତୁ । ଏଭଳି କରିବା ଦ୍ୱାରା ମୁହଁରୁ ଦୁର୍ଗନ୍ଧ ଦୂର ହୋଇଥାଏ ।

ଏହାବ୍ୟତୀତ ଆପଣ ଏହି ପାଉଡରକୁ ଯେକୌଣସି ତେଲରେ ମିଶାଇ ତ୍ୱଚାରେ ଲଗାନ୍ତୁ । ଏହା ଖରା ପ୍ରଖରରୁ ରକ୍ଷା କରିଥାଏ ।

ଏହି ଡାଳିମ୍ବ ଚୋପା ପାଉଡରରେ ଗୋଲାପ ଜଳ ମିଶାଇ ମୁହଁରେ ଲଗାନ୍ତୁ । ଏହାଦ୍ୱାରା କୁଞ୍ଚନ (ରିଙ୍କଲ) ଦୂର ହୋଇଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More