କେଶରରେ ଭିଟାମିନ ଏ,ଫଲିକ ଏସିଡ,ତମ୍ବା,ପୋଟାସିୟମ,କ୍ୟାଲସିୟମ,ମାଙ୍ଗାନିଜ,ଲୌହସେଲେନିୟମ,ମ୍ୟାଗ୍ନେସିୟମ,ଜିଙ୍କ ଏବଂ ଅନ୍ୟ କେତେକ ପୋଷକ ତତ୍ତ୍ୱ ରହିଥାଏ ।ଏହା ବ୍ୟତୀତ ଲାଇକୋପିନ,ଅଲ୍ଫା ଫ୍ୟାଟରିନ,ବିଟା କ୍ୟାରୋଟିନର ଗୁଣ ମଧ୍ୟ ଏଥିରେ ରହିଛି । ଏହାର ବ୍ୟବହାର କେତେକ ଖାଦ୍ୟରେ ରଙ୍ଗ ଏବଂ ବାସ୍ନା ପାଇଁ କରାଯାଏ । ଏହା ସ୍ୱଭାବରେ ଗରମ । ତେଣୁ ଏହାକୁ ଥଣ୍ଡା ସମୟରେ ବ୍ୟବହାର କରାଯାଏ ।
କେଶର ଥଣ୍ଡା,ଜ୍ୱର ଆଦି ଭଲ ହେବାରେ ସାହାଯ୍ୟ କରିଥାଏ । ଏକ ଗ୍ଲାସ ଦୁଗ୍ଧରେ କେଶର ଏବଂ ମହୁ ମିଶାଇ ପିଅନ୍ତୁ । ଏହା ବ୍ୟତୀତ କେଶରରେ ପାଣି ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ । ଏହି ପେଷ୍ଟକୁ ବେକ ଓ ଛାତିରେ ଲଗାଇବା ଦ୍ୱାରା ଥଣ୍ଡା ଦିନରେ ହେଉଥିବା ବ୍ୟାଧିରୁ ମୁକ୍ତି ମିଳିଥାଏ ।
କେଶର ସହିତ ଚନ୍ଦନ ମିଶାଇ ମଥାରେ ଲଗାଇବା ଦ୍ୱାରା ଆଖି ଏବଂ ମସ୍ତଷ୍କକୁ ଶକ୍ତି ମିଳିଥାଏ । ଏହି ପେଷ୍ଟକୁ ମୁଣ୍ଡ ବିନ୍ଧା ସମୟରେ ବ୍ୟବହାର କଲେ ଆରାମ ମିଳିଥାଏ ।
କେଶର ଏବଂ ଚନ୍ଦନକୁ ମିଶାଇ ଫେଶ ପ୍ୟାକ ତିଆରି କରନ୍ତୁ । ପ୍ୟାକୁ ୨୦ ମିନିଟ ପାଇଁ ଲଗାଇ ଥଣ୍ଡା ପାଣିରେ ଧୋଇଦିଅନ୍ତୁ । ସପ୍ତାହରେ ୨ ଥର ଏଭଳି କଲେ ଚେହେରାର ରଙ୍ଗରେ ପରିବର୍ତ୍ତନ ଦେଖାଯାଏ ।
ଏଥିରେ ଆଂଟି ଅକ୍ସିଡାଂଟ ଥିବାରୁ ଏହା ବୟସ ବୃଦ୍ଧିକୁ ରୋକିଥାଏ । କଂଚା ଅମୃତଭଣ୍ଡାରେ କେଶର ମିଶାଇ ଚେହେରାରେ ଲଗାଇବା ଦ୍ୱାରା ତ୍ୱଚା ସଫା,ରୋଗ ମୁକ୍ତ,ସୁନ୍ଦର ଏବଂ କୋମଳ ହୋଇଥାଏ ।
କେଶର ମିଶ୍ରିତ ଦୁଗ୍ଧ ପ୍ରତିଦିନ ପିଇବା ଦ୍ୱାରା ଚିନ୍ତା ଆଦି ସମସ୍ୟା ଦୂର ହୋଇଥାଏ ।
ପ୍ରତିଦିନ କେଶର ଖାଇବା ଦ୍ୱାରା ଆଖି ସମ୍ବଦ୍ଧୀୟ ସମସ୍ୟା ମଧ୍ୟ ଦୂର ହୋଇଥାଏ ।
ମାସିକ ଋତୁସ୍ରାବ ସମୟରେ ହେଉଥିବା କଷ୍ଟରୁ ମଧ୍ୟ ମୁକ୍ତି ଦେଇଥାଏ କେଶର । ତେଣୁ କେଶର ମିଶ୍ରିତ ଦୁଗ୍ଧ ପିଇବା ଉଚିତ ।
ଶ୍ୱାସ ଜନିତ ସମସ୍ୟା ହେଉଥିଲେ କେଶର ମିଶ୍ରିତ ଚା ପିଅନ୍ତୁ ।