Only for Entertainment

ସଜନାର ଏହି ଉପକାରୀ ଗୁଣ ବିଷୟରେ ଆପଣ କେବେ ମଧ୍ୟ ଜାଣି ନଥିବେ ।

Green Fresh
0 67

ସାଧାରଣତଃ ସଜନାକୁ ଏକ ପନିପରିବା ଭାବେ ବ୍ୟବହାର କରାଯାଏ। ଡାଲିରେ ସଜନା ନାଡି ପଡି ରନ୍ଧା ହୋଇଥିଲେ ଖୁବ୍‌ ସ୍ବାଦଯୁକ୍ତ ହୋଇଥାଏ। ଏଥିରେ ପ୍ରଚୁର ଖଣିଜତତ୍ତ୍ୱ ଥିବାରୁ ତାହାକୁ ‘ଶକ୍ତିର ଘର’ କୁହାଯାଏ। ସଜନାରେ ପ୍ରଚୁର ଜୀବନିକା ଥାଇ ୪୬ ପ୍ରକାରର ଆଣ୍ଟିଅକ୍ସିଡାଣ୍ଟ ଓ ଆମିନୋ ଏସିଡ୍‌ ରହିଥାଏ, ଏଥିରେ ଲେମ୍ବୁ ତୁଳନାରେ ଅଧିକ ଜୀବନିକା ‘ଗ’, ଗାଜର ତୁଳନାରେ ଅଧିକ ଜୀବନିକା ‘କ’, କ୍ଷୀର ତୁଳନାରେ ଅଧିକ କ୍ୟାଲସିୟମ୍‌, କଦଳୀ ତୁଳନାରେ ଅଧିକ ପୋଟାସିୟମ ଓ ପାଳଙ୍ଗ ଶାଗ ତୁଳନାରେ ଅଧିକ ଲୌହ ରହିଥାଏ। ଏପରି କି ଏହାର ମଞ୍ଜିକୁ ମଟର ପରି ଖିଆଯାଏ, ଯେଉଁଥିରେ ଜୀବନିକା ‘ଖ’ ଓ ‘ଗ’ ଏବଂ ଖଣିଜ ଲବଣ ଅଧିକ ମାତ୍ରରେ ରହିଥାଏ। ସଜନା ଚେରକୁ ମସଲା ସହ ମଧ୍ୟ ବ୍ୟବହାର କରାଯାଏ।

ଏହାର ଔଷଧୀୟ ଗୁଣଗୁଡିକ ମଧ୍ୟରେ ରକ୍ତହୀନତା, ଚର୍ମରୋଗ, କୃମି ସଂକ୍ରମଣ, ରକ୍ତ ଅପରିଷ୍କାର, ହାଡ଼ ଛିଦ୍ରାଳ, ଆଜମା, ବ୍ରୋଙ୍କାଇଟିସ୍‌, ଟାଇଫଏଡ୍‌, ଖାଦ୍ୟ ହଜମ ସମସ୍ୟା, ପରିସ୍ରାଜନିତ ଓ ଅମ୍ଳଦୋଷ ନିରାକରଣ ନିମନ୍ତେ ବ୍ୟବହାର ବେଶ୍‌ ଉଲ୍ଲେଖଯୋଗ୍ୟ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More