Only for Entertainment

ଶରୀର ପାଇଁ ଉପକାରୀ ଗୁଡ଼ । ଜାଣନ୍ତୁ କିପରି ବ୍ୟବହାର କରିବେ ।

NDTV Food
40

ଏଭଳି କେତେକ ଖାଦ୍ୟ ରହିଛି ଯାହା ଶରୀର ପାଇଁ କେତେକ ଉପକାରୀ କାର୍ଯ୍ୟ କରିଥାଏ ।ତାହା ଫଳ ହେଉ ବା ପରିବା । ତେବେ ପ୍ରତ୍ୟେକର କିଛି ନା କିଛି ଉପକାରୀ ଗୁଣ ରହିଛି । ଯାହା ଏକ ଔଷଧ ଭଳି କାମ କରେ । ସେମାନଙ୍କ ମଧ୍ୟରେ ଆପଣ ଗୁଡ଼କୁ ମଧ୍ୟ ସାମିଲ କରି ପାରିବେ ।

 ଜୀରା ଏବଂ ଗୁଡ ଏହି ଦୁଇଟି ଜିନିଷ ଶରୀର ପାଇଁ ବହୁତ ଫାଇଦା ବୋଲି କୁହାଯାଇଥାଏ । କିନ୍ତୁ ଆପଣ ଜାଣିଛନ୍ତି କି ଗୁଡ ଏବଂ ଜୀରା ପାଣି ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ । ଏହାଦ୍ୱାରା ସହଜରେ ଶରୀର ପୀଡା, ଆଂଠୁ ଗଣ୍ଠି ଦରଜ, ଅଣ୍ଟା ଦରଜ ଦୁର ହୁଏ ।

ଗୁଡ ଏବଂ ଜୀରା ପାଣି ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ କିଛି ପାଣି ନିଅନ୍ତୁ ଏବଂ ସେଥିରେ କିଛି ଗୁଡ ପକାଇବା ସହ ଗୋଟେ ଚାମଚ ଜୀରା ପକାଇ କିଛି ସମୟ ଫୁଟାନ୍ତୁ, ଥଣ୍ଡା ହେଲା ପରେ ସେହି ପାଣିକୁ ପିଅନ୍ତୁ ।

ଜୀରା ଏବଂ ଗୁଡ ପାଣି ପିଇବା ଦ୍ୱାରା ଶରୀରରେ ରକ୍ତର ଅଭାବ ହୋଇନଥାଏ । ଏହାସହିତ ନିୟମିତ ଏହି ପାଣି ପିଇବା ଦ୍ୱାରା ରକ୍ତ ସଫା ରହିଥାଏ । ସେହିପରି ସକାଳୁ ଖାଲି ପେଟରେ ଏହି ପାଣି ପିଇବା ଦ୍ୱାରା କୋଷ୍ଟକାଠିନ୍ୟ, ପେଟ ଦରଜ ଏବଂ ଗ୍ୟାସ ଜନିତ ସମସ୍ୟାରୁ ମୁକ୍ତି ମିଳିବା ସହ ଲିଭରକୁ ମଜବୁତ ରଖିଥାଏ । ଯେଉଁ ଲୋକଙ୍କର ମାଇଗ୍ରେନ ସମସ୍ୟା ଅଛି ସେମାନଙ୍କୁ ଜୀରା ଏବଂ ଗୁଡ ପାଣି ପିଇବା ଉଚିତ୍ । ଏହାଦ୍ୱାରା ମାଇଗ୍ରେନ୍ ସମସ୍ୟାରୁ ଆରାମ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More