Only for Entertainment

ମଧୁମେହ ରୋଗୀଙ୍କ ପାଇଁ ମହୌଷଧି ପରି କାମ କରିଥାଏ ଭେଣ୍ଡି

Taruna Exports
0 61

ଭେଣ୍ଡି, ପରିବାକୁ ନେଇ ବିଭିନ୍ନ ପ୍ରକାର ସୁଆଦିଆ ବ୍ୟଞ୍ଜନ ବେଶ ସହଜରେ ପ୍ରସ୍ତୁତ ହୋଇପାରିବ । ସବୁଜ ପନିପରିବା ତାଲିକାରେ ରହିଥିବା ଏହି ପରିବାଟି ମଧୁମେହ ରୋଗୀଙ୍କ ନିମନ୍ତେ ଏକ ମହୌଷଧି ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ । ଅନ୍ତତଃ ସପ୍ତାହକୁ ୩ ରୁ ୪ ଥର ଭେଣ୍ଡି ଖାଇବା ମଧୁମେହ ରୋଗୀଙ୍କ ସ୍ୱାସ୍ଥ୍ୟ ଉପରେ ଉତ୍ତମ ପ୍ରଭାବ ପକାଇଥାଏ । ତେବେ ଆସନ୍ତୁ ଜାଣିବା ଭେଣ୍ଡିର ଅନ୍ୟ ଉପକାରୀତା ବିଷୟରେ…

  • ଭେଣ୍ଡିରେ ଫାଇବର ପ୍ରଚୁର ପରିମାଣରେ ଥିବାରୁ ତାହା ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରେ । ଏହା ସହ ଭେଣ୍ଡି ନିୟମିତ ଖାଇଲେ ପାଚନ କ୍ରିୟା ଉତ୍ତମ ହେବା ସହ ଅମ୍ଳ ହେବାର ଆଶଙ୍କା ଖୁବ କମ୍ ।
  • ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ଥିବା ଭେଣ୍ଡି ଶରୀରକୁ ଶକ୍ତି ଯୋଗାଇବା ସହ ରୋଗପ୍ରତିରୋଧକ ଶକ୍ତି ବଢାଏ । ଦୈନିକ ଆହାରରେ ଏହାକୁ ସାମିଲ କଲେ କର୍କଟ ଆକ୍ରାନ୍ତ କରିବାର ଆଶଙ୍କା କମ ରହିଥାଏ ।
  • ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଥିବା ଲୋକ ମଧ୍ୟ ଭେଣ୍ଡି ପ୍ରସ୍ତୁତ ବ୍ୟଞ୍ଜନ ଖାଇବା ଉଚିତ ।
  • ପ୍ରଚୁର ପରିମାଣରେ ପୋଷକତତ୍ତ୍ୱରେ ଭରପୂର ଭେଣ୍ଡିରେ ଭିଟାମିନ ସି ଆବଶ୍ୟକ ପରିମାଣରେ ମିଳିଥାଏ । ତେଣୁ ପିଲା ଠାରୁ ବୟସ୍କ ପ୍ରତ୍ୟେହ ଭେଣ୍ଡି ଖାଇବା ଲାଭକାରୀ ।
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More