Only for Entertainment

ଆପଣ ମଧ୍ୟ ଏହି ସମସ୍ତ ଗଛ ଲଗାଇଛନ୍ତି କି?

youtube
32

ଅଧିକାଂଶ ବ୍ୟକ୍ତି ଘର ପାଶ୍ୱର୍ରେ ବା ଛାତ ଉପରେ ବା ଅଗଣାରେ କେତେକ ଗଛ ଲଗାଇଥାନ୍ତି । କେତେକଙ୍କୁ ଏହା ପସନ୍ଦ ଏବଂ ଅନ୍ୟ କେତେକ ଏହାର କିଛି ଲାଭକାରୀ ଗୁଣ ବିଷୟରେ ଜାଣିଥାଆନ୍ତି । ତେଣୁ ଗଛ ଲଗାନ୍ତି ।

ତୁଳସୀ ଗଛ :

ଶାସ୍ତ୍ରରେ ତୁଳସୀ ଗଛର ଅନେକ ଲାଭ ବିଷୟରେ ବର୍ଣ୍ଣନା କରାଯାଇଛି। ଏହା ଘରେ ନକରାତ୍ମକ ଶକ୍ତି ନଷ୍ଟ କରିଥାଏ। ଘରେ ସୁଖଶାନ୍ତିର ପରିବେଶ ସୃଷ୍ଟି କରିଥାଏ। ପ୍ରତ୍ୟେକ ଦିନ ସକାଳେ ତୁଳସୀ ଗଛ ମୂଳରେ ପାଣି ଦେଇ ପୂଜା କରନ୍ତୁ। ଏହାସହ ସନ୍ଧ୍ୟା ସମୟରେ ତୁଳସୀ ଗଛ ନିକଟରେ ଦୀପ ପ୍ରଜ୍ବଳିତ କରିବା ଦ୍ବାରା ଶୁକ୍ର ଗ୍ରହ ଶାନ୍ତ ହୋଇଥାଏ।

କଦଳୀ ଗଛ :

ଯେଉଁ ମାନଙ୍କ ବିବାହରେ କିଛି ସମସ୍ୟା ଉପୁଜି ଥାଏ ସେମାନେ କଦଳୀ ଗଛ ଲଗାଇବା ଉଚିତ। ଘରର ପଛ ଭାଗରେ ଏହି ଗଛ ଲଗାଇବା ଉଚିତ। କଦଳୀ ଗଛକୁ ପୂଜା କରିବା ଅତ୍ୟନ୍ତ ଶୁଭ ବୋଲି କୁହାଯାଇଛି।

ଲେମ୍ବୁ ଗଛ :

ଘରର ବାହାରେ ଲେମ୍ବୁ ଗଛ ଲଗାଇବା ଦ୍ବାରା ନକରାତ୍ମକ ଶକ୍ତି କ୍ଷୟ ହୋଇଥାଏ। ସକରାତ୍ମକ ଶକ୍ତି ବୃଦ୍ଧି ପାଇ ପରିବାର ସଦସ୍ୟଙ୍କର ମଙ୍ଗଳ ହୋଇଥାଏ।

ମନିପ୍ଲାଣ୍ଟ ଗଛ :

ଘରର ଦକ୍ଷିଣପୂର୍ବ ଦିଗରେ ମନିପ୍ଲାଣ୍ଟ ଗଛ ଲଗାନ୍ତୁ। କାରଣ ଦକ୍ଷିଣ ଦିଗକୁ ଧନର ଦେବତା କୁବେରଙ୍କ ଦିଗ ବୋଲି କୁହାଯାଇଛି। ମନିପ୍ଲାଣ୍ଟ ଗଛକୁ ଘରର ଦକ୍ଷିଣପୂର୍ବ ଦିଗରେ ଲଗାଇବା ଦ୍ବାରା ଘରେ ସକରାତ୍ମକ ଶକ୍ତି ବୃଦ୍ଧି ପାଇବା ସହ ଟଙ୍କାପଇସା ଓ ଧନର ଅଭାବ ରହି ନଥାଏ।

ଘରେ ଲଗାଯାଇଥିବା କୌଣସି ଗଛ ଝାଉଁଳି ଯାଇଥିଲେ କିମ୍ବା ଶୁଖି ଯାଇଥିଲେ ତାକୁ ବାହାର କରି ଦିଅନ୍ତୁ। ନଚେତ୍ ଘରେ ନକରାତ୍ମକ ଶକ୍ତି ଉତ୍ପନ୍ନ ହୋଇଥାଏ। ତେଣୁ ପ୍ରତ୍ୟେକ ଦିନ ଗଛର ଠିକ ଭାବେ ଯତ୍ନ ନିଅନ୍ତୁ। ଏହାସହ ଶୁଖିଲା ଗଛକୁ ଘରୁ ବାହାର କରି ଦିଅନ୍ତୁ।

 
Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More