Only for Entertainment

ଜେନିଫର ୱିଙ୍ଗେଟ ବନ୍ଧୁଙ୍କ ସହ କରୁଥିବା ରୋମାଂଟିକ ଡ୍ୟାନ୍ସ ଭିଡିଓ ଭାଇରାଲ ।

0 59

‘ବେପନାହ’ ଷ୍ଟାର ଜେନିଫର ୱିଙ୍ଗେଟ କିଛି ଦିନ ହେବ ପୂରା ମସ୍ତି ମୂଡରେ ନଜର ଆସିଛନ୍ତି । ଫ୍ୟାନ୍ସଙ୍କ ପ୍ରିୟ ଟିଭି ଅଭିନେତ୍ରୀ ଲିଷ୍ଟରେ ସବୁଠାରୁ ଉପରେ ଥିବା ଜେନିଫର ଏହି ସୁନ୍ଦର ମୁହୁର୍ତ୍ତର ମଜା ଉଠାଉଥିବା ଦେଖିବାକୁ ମିଳିଛି । କିଛିଦିନ ତଳେ ଜେନିଫର ଏକ ଡ୍ୟାନ୍ସ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ତାଙ୍କ ବନ୍ଧୁଙ୍କ ସହ ରୋମାଂଟିକ ଡ୍ୟାନ୍ସ କରୁଥିବାର ନଜର ଆସିଛନ୍ତି । କିନ୍ତୁ ଯେତେବେଳେ ଏହି ଗୀତରେ ଡ୍ୟାନ୍ସ କରୁଥିବା ବେଳେ ଅଟକି ଯାଇଛନ୍ତି ସେହି ସମୟରେ ହସିବାକୁ ଲାଗି ପଡିଛନ୍ତି ।

ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ସେ କେଉଁ ବନ୍ଧୁଙ୍କ ସହ ଡ୍ୟାନ୍ସ କରୁଛନ୍ତି ବୋଲି ସମସ୍ତେ ଜାଣିବାକୁ ଖୁବ ଉତ୍ସୁକ ଅଛନ୍ତି ଫ୍ୟାନ୍ସ । ଜେନିଫରଙ୍କର ଏହି ବନ୍ଧୁ ନେହାଲ ବୋଗାରା ଅଟେ । ଏହି ଭିଡିଓରେ ଦୁହେଁ ଖୁବ ମସ୍ତି କରୁଥିବାର ନଜର ଆସିଛନ୍ତି । ଜେନିଫର ସେମିତିବି ବନ୍ଧୁ ମାନଙ୍କ ସହ ଅନେକ ଫଟୋ ଶେୟାର କରନ୍ତି ।

ଏଠାରେ ଆମେ କହି ରଖୁଛୁ ଯେ କଲର୍ସ ଟିଭିରେ ଦେଉଥିବା ଟିଭି ଶୋ’ ‘ବେପନାହ’ଦର୍ଶକଙ୍କୁ ଖୁବ ପସନ୍ଦ ଆସୁଛି । ଏହି ଟିଭି ଶୋ’ରେ ଜେନିଫର ଜୋୟା ଭୂମିକାରେ ନଜର ଆସୁଛନ୍ତି ଏବଂ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ହର୍ଷଦ ଚୋପ୍ରା । ଏହି ଦୁହିଁଙ୍କ ଅନସ୍କ୍ରିନ ଯୋଡିକୁ ଲୋକ ଖୁବ ପସନ୍ଦ ମଧ୍ୟ କରୁଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More