Only for Entertainment

‘ଟଚ ମି ନଟ’ଫିଲ୍ମକୁ ଗୋଲ୍ଡେନ ବିୟର ପୁରଷ୍କାର ।

japantimes
0 62

ରୋମାନିଆ ଫିଲ୍ମ ନିର୍ଦ୍ଧେଶକଅଡିନା ପିନଟିଲେଙ୍କ ଫିଲ୍ମ ‘ଟଚ ମି ନଟ’କୁ ୬୮ତମ ଅନ୍ତରାଷ୍ଟ୍ର ବର୍ଲିନ ଫିଲ୍ମ ସମାରୋହରେ ସର୍ବଶ୍ରେଷ୍ଠ ଫିଲ୍ମ ପାଇଁ ଗୋଲ୍ଡେନ ବିୟର ପୁରଷ୍କାରରେ ପୁରଷ୍କୃତ କରାଯାଇଛି । ସର୍ବଶ୍ରେଷ୍ଠ ନିର୍ଦ୍ଧେଶକ ପୁରଷ୍କାର ‘ଇସ୍ଲେ ଅଫ ଡଗ୍ସ’ ନିର୍ଦ୍ଧେଶକ ବେସ ଏଣ୍ଡରସନଙ୍କୁ ଦିଆଯାଇଛି । ଏହା ଆନିମେଟଡ ଫିଲ୍ମ ଏବଂ କୁକୁରଙ୍କ ଉପରେ ଆଧାରିତ ଅଟେ ।

ଜାପାନର ଏକ ସହରରେ କ୍ୟାନିନ ଫ୍ଲୁ ଆତଙ୍କ ଯୋଗୁଁ କୁକୁରଙ୍କ ମଧ୍ୟରେ ଆସିଥିବା ଭିନ୍ନ ପରିବର୍ତ୍ତନ ଏବଂ ଅମାବନୀୟ କାଣ୍ଡ ଯୋଗୁଁ ଏମାନଙ୍କୁ ଏକ ଅଳିଆ ଥିବା ଏକ ଦ୍ୱୀପରେ ଛାଡି ଦିଆଯାଉଥିବା ଏହି ଫିଲ୍ମରେ ଦେଖାଯାଇଛି । ଏହିସବୁ ପୁରଷ୍କାରର ନିର୍ଣ୍ଣୟ ଜର୍ମାନୀର ନିର୍ଦ୍ଧେଶକ ଏବଂ କିଛି ନିର୍ଣ୍ଣାୟକ ସମିତି ଅଧୀନରେ ହୋଇଥିଲା । ବର୍ଲିନ ଫିଲ୍ମ ସମାରୋହରେ ୧୫-୨୫ଫେବୃଆରୀ ମଧ୍ୟରେ ୪୦୦ଟି ଫିଲ୍ମ ସାମିଲ ହୋଇଥିଲା । ସେଥିମଧ୍ୟରୁ କେବଳ ୧୯ଟି ଫିଲ୍ମ ଗୋଲ୍ଡେନ ବିୟର ପୁରଷ୍କାର ପାଇଁ ସ୍ଥାନ ପାଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More