Only for Entertainment

ଆଜି ହିଁ ପ୍ରସ୍ତୁତ କରନ୍ତୁ ବେସନ ବ୍ରେଡ ଟୋଷ୍ଟ

Lil Spice & Lil Stir
0 57

ସାମଗ୍ରୀ-
ବେସନ-୧୨୦ ଗ୍ରାମ, ହଳଦୀ- ୧/୪ ଚାମଚ, ଲାଲ ଲଙ୍କା – ଅଧ ଚାମଚ, ଜୁଆଣୀ- ୧/୪ ଚାମଚ, ହେଙ୍ଗୁ- ୧/୪ ଚାମଚ, ଆମଚୁର- ୧/୨ ଚାମଚ, ଲୁଣ- ୧/୪ ଚାମଚ, କଂଚା ଲଙ୍କା- ୧ ଚାମଚ, ଅଦା ପେଷ୍ଟ- ୧/୪ ଚାମଚ, ପିଆଜ- ୨୫ ଗ୍ରାମ, ଶିମଲା ଲଙ୍କା- ୨୫ ଗ୍ରାମ, ଧନିଆ- ୧ ଚାମଚ, ପାଣି- ୧୨୫ ମିଲି, ବ୍ରେଡ ସ୍ଲାଇସ, ତେଲ

ପ୍ରଣାଳୀ-
ଏକ ପାତ୍ରରେ ବ୍ରେଡକୁ ଛାଡି ସମସ୍ତ ସାମଗ୍ରୀ ପକାଇ ମିଶାଇ ଦିଅନ୍ତୁ । ଏହା ପରେ ବ୍ରେଡ ନେଇ ତାହା ଉପରେ ମିଶ୍ରଣକୁ ଖେଳାଇ ଦିଅନ୍ତୁ । ବର୍ତ୍ତମାନ ତାୱା ଗରମ କରି ଅଳ୍ପ ତେଲ ଗରମ କରନ୍ତୁ । ବ୍ୟାଟର ଲାଗିଥିବା ପଟକୁ ତାୱାରେ ପକାଇ ଶେକନ୍ତୁ । ଏହାପରେ ଅନ୍ୟ ପଟରେ ମଧ୍ୟ ବ୍ୟାଟରକୁ ଲଗାଇ ଶେକନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ବେସନ ବ୍ରେଡ ଟୋଷ୍ଟ । ଏହାକୁ କେଚଅପ କିମ୍ବା ଚଟଣୀ ସହିତ ସର୍ଭ କରନ୍ତୁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More