Only for Entertainment

ଓଲିଉଡର ଲୋକପ୍ରିୟ ଭାଇ-ଭଉଣୀ ଯୋଡି, ଦର୍ଶକଙ୍କ ପାଇଁ ସାଜିଥିଲେ ଉଦାହରଣ ।

YouTube
0 68

ରାତି ପାହିଲେ ରକ୍ଷା ବନ୍ଧନ । ଭାଇ-ଭଉଣୀଙ୍କ ଏହି ପବିତ୍ର ପର୍ବ ପାଇଁ ରାକ୍ଷୀ ବଜାର ବେଶ ସରଗରମ ରହିଛି । ଭାଇ-ଭଉଣୀର ସମ୍ପର୍କ ହିଁ ନିଆରା । କେବଳ ରିୟଲ ଲାଇଫରେ ନୁହେଁ ପରଦାରେ ମଧ୍ୟ ଭାଇ-ଭଉଣୀର ଏହି ପବିତ୍ର ସମ୍ପର୍କକୁ ଦେଖିବାକୁ ମିଳିଥାଏ । ବଲିଉଡ ଠାରୁ ଆରମ୍ଭ କରି ଓଲିଉଡ ପର୍ଯ୍ୟନ୍ତ ଭାଇ-ଭଉଣୀଙ୍କୁ ନେଇ ଅନେକ ସିନେମା ଦେଖିବାକୁ ମିଳିଛି । ଆସନ୍ତୁ ଜାଣିବା ସେହିପରି କିଛି ଓଡିଆ ଫିଲ୍ମ ବିଷୟରେ ଯେଉଁଥିରେ କେତେକ ନାମୀ କଳାକାରମାନେ ଭାଇ-ଭଉଣୀ ଭୂମିକା ନିଭାଇ ବେଶ୍‌ ଚର୍ଚ୍ଚାକୁ ଆସିଥିଲେ ।

ଅନୁଭବ-ରାଲି ନନ୍ଦ: ୨୦୦୯ର ସବୁଠାରୁ ବଡ ହିଟ୍‌ ସିନେମା ଥିଲା ‘ଆକଶେ କି ରଙ୍ଗ ଲାଗିଲା’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଏସ୍‌.କେ.ମୁରଲୀଧରନ୍‌ ଓ ପ୍ରଯୋଜକ ସୀତାରାମ ଅଗ୍ରଓ୍ଵାଲ।ଏଥିରେ ଅନୁଭବ ମହାନ୍ତ ଓ ରାଲି ନନ୍ଦ ଭାଇ ଭଉଣୀ ଭୂମିକାରେ ନଜର ଆସିଥିଲେ। ରାଲି ନନ୍ଦ ତାଙ୍କର ପ୍ରଥମ ଓଡିଆ ଛବି ‘କଳିଙ୍ଗ ପୁତ୍ର’ରେ ଆକାଶଙ୍କ ବିପକ୍ଷରେ ନାୟିକା ବନିଥିଲେ। ହେଲେ ଦ୍ୱିତୀୟଟିରେ ସେ ବନିଯାଇଥିଲେ ଅନୁଭବଙ୍କ ଭଉଣୀ।

ମିହିର ଦାସ-ଅନୁ ଚୋଧୁରୀ: ରତିକାନ୍ତ କାନୁନଗୋଙ୍କ ପ୍ରଯୋଜିତ ତଥା ସଂଜୟ ନାୟକଙ୍କ ନିର୍ଦ୍ଦେଶିତଏକ ସୁପରହିଟ୍‌ ଫିଲ୍ମ ହେଲା ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ ଏହି ଫିଲ୍ମରେ ମହିର ଦାସ ଓ ଅନୁ ଚୌଧୁରୀଙ୍କୁ ଭାଇ ଭଉଣୀ ଭୂମିକାରେ ଦେଖିବାକୁ ପାଇଥିଲେ। ଏହି ଫିଲ୍ମଟି ବକ୍ସ ଅଫିସ୍‌ରେ ସୁପରହିଟ୍‌ ବି ହୋଇଥିଲା।

odia-rakhi-songs-films

ବିଜୟ ମହାନ୍ତି-ରଚନା: ସୁବ୍ରତ ସାମନ୍ତରାୟଙ୍କ ପ୍ରଯୋଜିତ ତଥା ସଂଗ୍ରାମ ବିଶ୍ୱାଳଙ୍କ ନିର୍ଦ୍ଦେଶିତ ଏକ ସୁପରହିଟ୍‌ ଫିଲ୍ମ ହେଲା ‘ରାକ୍ଷୀ ଭିଜିଗଲା ଆଖି ଲୁହରେ’ଏହି ଫିଲ୍ମରେ ଅଭିନେତା ବିଜୟ ମହାନ୍ତିଙ୍କ ଗେହ୍ଲୀ ଭଉଣୀ ଭୂମିକା ନିଭାଇଥିଲେ ରଚନା ବାନାର୍ଜୀ।

ମିହିର ଦାସ-ଜୀନା ସାମଲ: ଓଲିଉଡର ପ୍ରତିଭାବାନ୍‌ ଅଭିନେତା ମିହିର ଦାସ ଓ ଅଭିନେତ୍ରୀ ଜୀନା ସାମଲ୍‌ ଏକ ସିନେମାରେ ଭାଇ-ଭଉଣୀ ଭୂମିକା ନିଭାଇ ଚର୍ଚ୍ଚିତ ହୋଇଥିଲେ। ଏହି ପିଲ୍ମର ନାଆଁ ହେଲା ‘ଫେରିଆ ମୋ ସୁନା ଭଉଣୀ’।ଏହି ଫିଲ୍ମ ପାଇଁ ଜୀନା ଶ୍ରେଷ୍ଠ ଅଭିନେତ୍ରୀ ଭାବେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଲାଭ କରିଥିଲେ। ରଣଜିତ୍‌ ମହାନ୍ତି ଏହି ସିନେମାରେ ନିର୍ଦ୍ଦେଶକ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ବବି ମିଶ୍ର,ଉଷସୀ ମିଶ୍ର ଓ ଦେବୁ ବୋଷ ପ୍ରମୁଖ ଅଭିନୟ କରିଥିଲେ।

 

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More