Only for Entertainment

ଦୁନିଆର ସବୁଠାରୁ ହ୍ୟାଣ୍ଡସମ ଅଭିନେତା ଭାବେ ସମ୍ମାନିତ ହେଲେ ରିତିକ ।

hd wallpapers
0 39

ଅଭିନୟ ହେଉ କିମ୍ବା ସୁନ୍ଦରତା ଉଭୟରେ କେହି କାହା ଠାରୁ କମ ନୁହଁନ୍ତି ଏହା ସମସ୍ତେ ଜାଣନ୍ତି । ଏହା କେବଳ ଗୋଟିଏ ଇଣ୍ଡଷ୍ଟ୍ରିର ସୀମିତ କଥା ନୁହେଁ ବରଂ ସମଗ୍ର ଫିଲ୍ମ ଇଣ୍ଡଷ୍ଟ୍ରିର ବାସ୍ତବ କଥା ଏବଂ ବାସ୍ତବ ଚିତ୍ର । ତେବେ ସୁନ୍ଦରତା ଏବଂ ଅଭିନୟର ଏକ ବିରାଟ ସଂଯୋଗ ରହିଛି ତାହା ଦର୍ଶାଇଥାଏ ପ୍ରତ୍ୟେକ କଳାକାରର ନିଖୁଣ ଅଭିନୟ, ଏବଂ ସେହି ଅଭିନୟର ଯାଦୁରେ ସେମାନେ ସଫଳତାର ଶୀଖରକୁ ଛୁଇଁ ପାରନ୍ତି,ତାହା ପ୍ରମାଣ କରିଛନ୍ତି ବଲିଉଡ ଅଭିନେତା ରିତିକ ରୋଶନ ।

ବାସ୍ତବରେ ବଲିଉଡର ୪୪ ବର୍ଷୀୟ ଅଭିନେତା ରିତିକ ରୋଶନ ଏବେ ହ୍ୟାଣ୍ଡସମ ଭାବରେ ଖୁବ ଚର୍ଚ୍ଚାରେ ଅଛନ୍ତି । ସେ ଦୁନିଆର ସବୁଠାରୁ ହ୍ୟାଣ୍ଡସମ ଭାବରେ ନିଜକୁ ପ୍ରମାଣିତ କରିଛନ୍ତି । ଏକ ମିଡିଆ ରିପୋର୍ଟ ଅନୁସାରେ ରିତିକ ରବର୍ଟ ପେଟିନସନ ଏବଂ କ୍ରିସ ଇମ୍ବାସଙ୍କୁ ପଛରେ ପକାଇ ଦୁନିଆର ସବୁଠାରୁ ହ୍ୟାଣ୍ଡସମ ଭାବରେ ସମ୍ମାନିତ ହୋଇଛନ୍ତି । ଏହି ଲିଷ୍ଟରେ ଟମ ହେଡେଲଷ୍ଟନ,ହେନେରୀ କାବିଲ ଏବଂ ନୁହ ମିଲ୍ସ ଭଳି ଅନ୍ତଃରାଷ୍ଟୀୟ ତାରକା ମାନେ ମଧ୍ୟ ସାମିଲ ଅଛନ୍ତି । ବଲିଉଡର ନାମିଦାମି କଳାକାର ସଲମାନ ଏଥିରୁ ବାଦ ପଡ଼ିବେ କେମିତି । ସେ ମଧ୍ୟ ଏହି ଦୌଡରେ ପଂଚମ ସ୍ଥାନ ହାସଲ କରିଛନ୍ତି । ତେବେ ରିତିକଙ୍କ ଏହି ସଫଳତା ଆମ ପାଇଁ ଗୌରବମୟ ନିଶ୍ଚୟ ।

ସୂଚନା ଅନୁସାରେ ରିତିକ ଖୁବ ଶୀଘ୍ର ସୁପର ୩୦ରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More