Only for Entertainment

ଘରେ ମଶାମାନେ ଉତପାତ ହେଉଥିଲେ କରନ୍ତୁ ଏହି ସରଳ ଉପାୟ, ଚୁଟକୀରେ ଘରୁ ବାହାରିଯିବେ ।

63

ଦିନ ବେଳେ ତ ମଶାମାନେ ଉତପାତ ହୁଅନ୍ତି, କିନ୍ତୁ ସଂଧ୍ୟା ହେଲେ ସେମାନଙ୍କ କବଳରୁ ମୁକ୍ତି ମିଳିବା କଷ୍ଟ ହୋଇଯାଏ । ଯାହା ଦ୍ୱାରା ରାତିରେ ଶୋଇବାରେ ଖୁବ ସମସ୍ୟା ହୋଇଥାଏ । କେବଳ ସେତିକି ନୁହେଁ ଅତ୍ୟଧିକ ମଶା କାମୁଡ଼ିବା ଦ୍ୱାରା ମ୍ୟାଲେରିଆ ମଧ୍ୟ ହୋଇଯାଏ । ତେଣୁ କଏଲ କିମ୍ବା କୌଣସି ଲିକ୍ୱିଡ କିଣି ଆଣି ବ୍ୟବହାର କରିବା ପରିବର୍ତ୍ତେ ଆପଣ ଏହାକୁ ପ୍ରାକୃତିକ ଭାବରେ ଘରେ ତିଆରି କରି ବ୍ୟବହାର କରିପାରିବେ ।

ଏକ ଲ୍ୟାମ୍ପରେ ମାଟି ତେଲ ଏବଂ ୩୦ ବୁନ୍ଦା ଲିମ୍ବ ତେଲ ନିଅନ୍ତୁ । ଏଥିରେ ଦୁଇଟି ଆଳତୀ କର୍ପୂର ଏବଂ ୨ ଗ୍ରାମ ନଡ଼ିଆକୁ ପେଶି ପକାନ୍ତୁ । ଏହି ଲ୍ୟାମ୍ପକୁ ଜଳାଇଲେ ମଶା ଚାଲିଯିବେ ।

ନଡ଼ିଆ ତେଲରେ ଲିମ୍ବ ତେଲ ମିଶାଇ ଏଥିରେ ଦୀପ ଜଳାନ୍ତୁ । ଏହାର ଦୁର୍ଗନ୍ଧରେ ମଶା ଘରୁ ଚାଲିଯିବେ ।

ଲିମ୍ବ ପତ୍ର ଜଳାଇଲେ ସମସ୍ତ ମଶା ଘରୁ ଚାଲିଯିବେ । ସେମାନେ ଏହାକୁ ସହ୍ୟ କରିପାରନ୍ତି ନାହିଁ ।

ଫାଳେ ଲେମ୍ବୁ ଉପରେ ୧୨ଟି ଲବଙ୍ଗ ରଖି ଶୋଇବା ଖଟ ନିକଟରେ ରଖନ୍ତୁ । ମଶା ରହିବେ ନାହିଁ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More