ଉଷୁମ ପାଣି ଶରୀର ପାଇଁ ଖୁବ ଉପକାରୀ ଏହା ହୁଏତ ଖୁବ କମ ଲୋକ ଜାଣିଥିବେ । କିନ୍ତୁ କ’ଣ ଜାଣନ୍ତି କି ସକାଳ ଯଦି ଗରମ ପାଣିରୁ ଆରମ୍ଭ ହୁଏ ତେବେ ସାରା ଦିନ ଭଲରେ କଟୋ । କାରଣ ଏହା ଶରୀରକୁ ଫୂର୍ତ୍ତି ରଖିବାରେ ସାହାଯ୍ୟ କରେ । କେବଳ ସେତିକି ନୁହେଁ ରାତିରେ ଶୋଇବା ପୂର୍ବରୁ ଯଦି ଗରମ ପାଣି ପିଇବେ ତେବେ ଆପଣଙ୍କୁ ଭଲ ନିଦ ହେବ ।
ଡ଼ାକ୍ତରଙ୍କ ମତନୁସାରେ ,ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଶରୀରରେ ଚିନ୍ତା ବଢିଥାଏ । ଏହା ନିଦ ଉପରେ ପ୍ରଭାବ ପକାଇଥାଏ । ରାତିରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଉଷୁମ ପାଣି ପିଅନ୍ତୁ ଯାହା ଦ୍ୱାରା ଚିନ୍ତାରୁ ମୁକ୍ତି ମିଳିବ ।
ପାଚନ ପ୍ରକ୍ରିୟା ଠିକ କରିଥାଏ : ଗରମ ପାଣି ପିଇବା ଦ୍ୱାରା ଖାଇବା ଶୀଘ୍ର ପାଚନ ହେବାରେ ସହୟକ ହୋଇଥାଏ। ଦିନ ଅପେକ୍ଷା ରାତି ସମୟରେ ଆମର ପାଚନ କ୍ରିୟା କମ ହୋଇଥାଏ । ସେଥିପାଇଁ ରାତିରେ ଗରମ ପାଣି ପିଇବା ଦ୍ୱାରା ପାଚନ ଠିକ ଭାବେ ହୋଇଥାଏ ।
ଓଜନ କମ କରିଥାଏ : ବର୍ଦ୍ଧିତ ଓଜନ ପାଇଁ ସମସ୍ତେ ଚିନ୍ତିତ । ଗରମ ପାଣି ପିଇବା ଦ୍ୱାରା ଓଜନ ହ୍ରାସ ହୋଇଥାଏ । ଓଜନ କମାଇବାକୁ ଚାହୁଁଥିଲେ ସକାଳେ ଓ ରାତିରେ ଉଷୁମ ପାଣି ପିଅନ୍ତୁ ।