Only for Entertainment

ବହୁ ଉପକାରୀ ପାନ ପତ୍ର, ଦୂର କରିଥାଏ ଅର୍ଶ ବ୍ୟାଧି ଏବଂ ଆହୁରି ଅନେକ ଶାରୀରିକ ସମସ୍ୟା !

30

ଭୋଜନ ପରେ ଖାଦ୍ୟ ହଜମ ପାଇଁ ଖିଆଯାଉଥିବା ପାନପତ୍ର ଯେ କେବଳ ସ୍ୱାଦ ପାଇଁ ଖିଆଯାଏ ତାହା ନୁହଁ ଏଥିରେ ଆପଣଙ୍କ ଅନେକ ସମସ୍ୟାର ସମାଧାନ ମଧ୍ୟ ହୋଇଥାଏ । ତେବେ ଆସନ୍ତୁ ଜାଣିବା ପାନପତ୍ରର ଉପକାରିତା ବିଷୟରେ କିଛି ।

୧ .

ଆଣ୍ଟିସେଫ୍ଟିକ – ପାନପତ୍ର ଆଣ୍ଟିସେଫ୍ଟିକ ଭଳି କାମ କରିଥାଏ । କୌଣସି ସ୍ଥାନରେ କ୍ଷତ ହୋଇଥିଲେ ପାନପତ୍ରକୁ ବାଟି ଲଗାଇଲେ କିମ୍ବା କୌଣସି ସ୍ଥାନରେ ଫ୍ୟାକ୍ଚର ହୋଇଥିଲେ ପାନପତ୍ରକୁ ଗୋଡାଇଲେ ଉପସମ ମିଳିଥାଏ ।

୨ .

ନାକରୁ ରକ୍ତ ପଡୁଥିଲେ ପାନପତ୍ରକୁ ଶୁଙ୍ଘିଲେ ମଧ୍ୟ ଉପସମ ମିଳିଥିଲେ । ଥକ୍କାପଣ,ନିଦ୍ରାହୀନତା କିମ୍ବା ଆଖିରେ କୌଣସି ସମସ୍ୟା ଦେଖାଗଲେ ଆଖି ଲାଲ୍ ପଡିଥିଲେ ତେବେ ପାନପତ୍ର ଫୁଟାଇ ଏହାକୁ ଥଣ୍ଡା କରି ଏହାର ପାଣିକୁ ଆଖିରେ ଛିଟା ମାରନ୍ତୁ ।

୩ .

ଯଦି ଆପଣଙ୍କ କଥା କହିବା ସମୟରେ ଉଚ୍ଚାରଣ ମୋଟା ହୁଏ ତେବେ ପାନ ଖାଇବା ଏବଂ ପାନପତ୍ର ଫୁଟାପାଣି ପିଇବା ଅଧିକ ଲାଭଦାୟକ ହେବ । ଏଥିରେ ଗଳା ସମସ୍ୟା ଠିକ୍ ହେବା ସହ ଉଚ୍ଚାରଣରେ ବି ସୁଧାର ଆସିଥାଏ ।

୪ .

ଦାନ୍ତମାଢିରୁ ରକ୍ତ ବାହାରୁଥିଲେ ପାନପତ୍ର ଫୁଟାପାଣିରେ ଗଳଗଳ କଲେ ମାଢିରୁ ରକ୍ତ ବାହାରିବା ବନ୍ଦ ହୋଇଥାଏ । ପାନପତ୍ରର ୭ ଟି ପତ୍ରକୁ ଦୁଇକପ୍ ପାଣିରେ ଚିନି ମିଶାଇ ଫୁଟାଇଲେ ଏହା ଯେତେବେଳେ ୧ ଗ୍ଲାସ୍ ହୋଇଯିବ ଏହାକୁ ପିଅନ୍ତୁ ଦିନରେ ୩ ଥର ଏହାକୁ ପିଇଲେ ବ୍ରୋକାଇଟିସ୍ ଠାରୁ ଉପସମ ମିଳିଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More