Only for Entertainment

ଏହି ଦେଶରେ ରୋଗମୁକ୍ତ ହେବା ଲାଗି ୧୩୦ ଲିଟର ତେଲରେ ଗାଧୋଉଛନ୍ତି ରୋଗୀ !

0 39

ଦୁନିଆରେ ରୋଗରୁ ମୁକ୍ତ ହେବା ପାଇଁ ଲୋକେ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରନ୍ତି । କିଛି ଲୋକ ଡାକ୍ତରୀ ଚିକିତ୍ସାକୁ ବିଶ୍ୱାସ କରୁଥିବା ବେଳେ କିଛି ଲୋକ ପାରମ୍ପରିକ ମଧ୍ୟ ବିଶ୍ୱାସ କରନ୍ତି । ଆଜି ଆମେ ଆପଣଙ୍କୁ ଚିକିତ୍ସା ପାଇଁ ବ୍ୟବହାର ହେଉଥିବା ଏକ ନୂଆ ଉପାୟ ବିଷୟରେ କହିବାକୁ ଯାଉଛୁ । ଏହି ପରି ଏକ ଅଜବ ଉପାୟ ଇରାନର ପଡୋଶୀ ଦେଶ ଅଜରବୈଜାନର ଏକ ସହରରେ ଦେଖିବାକୁ ମିଳିଛି, ଏଠାରେ ରୋଗୀଙ୍କୁ ରୋଗରୁ ମୁକ୍ତି ପାଇବା ପାଇଁ କଞ୍ଚା ତେଲରେ ଗାଧୋଇଥାନ୍ତି ।

ନାଫତଲାନ ନାମକ ଏହି ସହରରେ ଏକ ହେଲଥ୍‌ ସେଣ୍ଟର ରହିଛି । ଏଠାରେ ଲୋକଙ୍କ ଚିକିତ୍ସାରେ କଞ୍ଚା ତେଲର ବ୍ୟବହାର କରାଯାଏ । ରୋଗ ଦୂର ଲାଗି ଏକ ବଡ଼ ବାଥ୍‌ ଟପରେ ତେଲରେ ଗାଧୋଇବାକୁ ପଡିଥାଏ । ଏହି ବାଥ୍‌ ଟପ କଞ୍ଚା ତେଳରେ ପୁରା ପୂର୍ଣ୍ଣ ଥାଏ । ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ଅଜରବୈଜାନ ହେଉଛି ତେଲ ଉତ୍ପାଦନ କରୁଥିବା ପ୍ରମୁଖ ଦେଶମାନଙ୍କ ମଧ୍ୟରୁ ଅନ୍ୟତମ ।

 

ଚର୍ମ ରୋଗରୁ ମୁକ୍ତ ପାଇବା ପାଇଁ ଲୋକମାନେ ଏହି ହେଲଥ୍‌ ସେଣ୍ଟରକୁ ଆସିଥାନ୍ତି । ତେଲ ଦ୍ୱାରା ବିଭିନ୍ନ ଉପାୟରେ ଏଠାରେ ରୋଗୀଙ୍କ ଚିକିତ୍ସା କରାଯାଏ, କିନ୍ତୁ ବାଥ୍‌ ଟପରେ ଗାଧୋଇବା ଉପାୟ ସବୁଠୁ ଅଧିକ ଲୋକପ୍ରିୟ ଅଟେ । ଏଥିରେ ରୋଗୀଙ୍କୁ ୧୩୦ ଲିଟର ତେଳକୁ ଗରମ କରି ଗାଧୋଇବାକୁ ପଡିଥାଏ । ଜଣେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହି ଉପାୟରେ ୭୦ରୁ ଅଧିକ ରୋଗ ଭଲ ହୋଇପାରେ ବୋଲି କହିଛନ୍ତି । ଏହି ଉପଚାର ଅନ୍ୟ ଦେଶର ଲୋକମାନଙ୍କୁ ମଧ୍ୟ ବହୁତ ପସନ୍ଦ ଆସୁଛି । ବର୍ତ୍ତମାନ ଋଷ, କାଜାକିସ୍ଥାନ,ଜର୍ମାନୀର ଲୋକ ନିଜର ଚିକିତ୍ସା ପାଇଁ ଏଠାକୁ ଆସୁଛନ୍ତି ।

ଏହି ଉପାୟ ରୋଗୀଙ୍କ ପାଇଁ ଯେତିକି ଭଲ ସେତିକି ବିପଦପୂର୍ଣ୍ଣ ମଧ୍ୟ । ରୋଗୀମାନେ ଏହି ତେଲରେ ବହୁତ ସମୟ ଗାଧୋଇବା ପାଇଁ ଇଚ୍ଛା ପ୍ରକାଶ କରନ୍ତି କିନ୍ତୁ ତାଙ୍କୁ ଏଥିପାଇଁ ଅନୁମତି ଦିଆଯାଏ ନାହିଁ । କାରଣ ଏହି ତେଲରେ ଅଧିକ ପରିମାଣରେ କେମିକାଲ ଥିବାରୁ ଏହା ଶରୀର ଉପରେ ଖରାପ ପ୍ରଭାବ ପକାଇଥାଏ । ଯଦି ବହୁତ ସମୟ ପାଇଁ ଏହି ତେଳରେ ଗାଧାନ୍ତି ତେବେ ରୋଗୀର ମୃତ୍ୟୁ ହେବାର ଆଶଙ୍କା ଥାଏ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More