Only for Entertainment

ବିବାହର ୭ ବର୍ଷ ପରେ ପତ୍ନୀଙ୍କ ଠାରୁ ଛାଡ଼ପତ୍ର ନେବେ ‘ମେ ଆଇ କମ ଇନ ମ୍ୟାଡାମ’ ଫେମ ଏହି ଆକ୍ଟର ।

India Today
18

କମେଡ଼ି ସିରିଅଲ ଭାବିଜୀ ଘର ପର ହୈରେ ନଜର ଆସୁଥିବା ସନ୍ଦୀପ ଆନନ୍ଦ ଏବେ ଭାବିଜୀ ଘର ପର ହୈ ସିରିଅଲରେ କିଛି ଦିନ ହେବ ପ୍ରବେଶ କରିଛନ୍ତି । ଏହା ପୂର୍ବରୁ ସନ୍ଦୀପ ମେ ଆଇ କମ ଇନ ମ୍ୟାଡାମରେ ମୁଖ୍ୟ ଚରିତ୍ରରେ ଅଭିନୟ କରୁଥିଲେ ,ଯେଉଁଥିରେ ତାଙ୍କ ନାମ ଥିଲା ସାଜନ । ଏହି ସିରିଅଲ ଦ୍ୱାରା ସେ ପ୍ରତି ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ତେବେ ଏହି ଥର ସନ୍ଦୀପ କୌଣସି ସିରିଅଲ ନୁହେଁ ବରଂ ନିଜ ବାସ୍ତବ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ବାସ୍ତବରେ ସନ୍ଦୀପଙ୍କ ବୈବାହିକ ସଂପର୍କ ଭାଙ୍ଗି ଯାଇଥିବା ଖବର ଶୁଣିବାକୁ ମିଳିଛି । କୁହାଯାଉଛିଯେ ସେ ତାଙ୍କ ପତ୍ନୀଙ୍କ ସହିତ ମନମାଳିନ୍ୟ ଯୋଗୁଁ ତାଙ୍କ ଠାରୁ ଅଲଗା ହେବାପାଇଁ ଆପ୍ଲାଇ କରିଛନ୍ତି ।

ଆକ୍ଟର ପତ୍ନୀ ଠାରୁ ଅଲଗା ହେବା ଖବର ନିଜେ କନଫର୍ମ କରିଛନ୍ତି । ଦୁଇଜଣଙ୍କ ମଧ୍ୟରେ ବୁଝାମଣା ଠିକ ରହୁନାହିଁ, ଯେଉଁ କାରଣରୁ ସନ୍ଦୀପ ଏଭଳି ନିଷ୍ପତ୍ତି ନେଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More