Only for Entertainment

ମାଲିକକୁ ବଞ୍ଚାଇବାକୁ ଯାଇ ନାଗ ସାପ ସହିତ ଲଢ଼ି ଜୀବନ ହାରିଲେ ଚାରି ପୋଷାକୁକୁର

54

କଥାରେ ଅଛି କୁକୁରଠାରୁ ବିଶ୍ୱାସଯୋଗ୍ୟ ପ୍ରାଣୀ ଏହି ସଂସାରରେ ନାହାନ୍ତି। ଏହାର ପ୍ରମାଣ ବିହାରର ଭାଗଲପୁରରେ ଦେଖିବାକୁ ମିଳିଛି। ଏଠାରେ ମାଲିକକୁ ନାଗ ସାପ ଦଂଶନରୁ ବଞ୍ଚାଇବାକୁ ଯାଇ ଚାରିଟି ପୋଷାକୁକୁର ନିଜ ଜୀବନକୁ ବାଜି ଲଗାଇ ଦେଇଥିବାର ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ସାହେବଗଞ୍ଜ ଅଞ୍ଚଳରେ ଗଙ୍ଗା ନଦୀ ନିକଟରେ ବାସବାସ କରୁଥିବା ଏକ ପରିବାରଙ୍କ ଘରେ ଏକ ନାଗ ସାପ ପଶି ଆସୁଥିଲା। ସାପକୁ ଘର ଭିତରକୁ ପଶି ଆସୁଥିବା ଦେଖି ୪ଟି ପୋଷା କୁକୁର ତାକୁ ଘେରି ଯାଇଥିଲେ। ସାପ କୁକୁର ଭୂକିବା ଶବ୍ଦ ଶୁଣି ଇ ୪ଟି କୁକୁରକୁ ଅନେକ ଥର ଚୋଟ ମାରିଥିଲା। ଏତେ ରାତିରେ ଅନେକ ସମୟ ଧରି କୁକୁର ଭୁକିବା ଶବ୍ଦ ଶୁଣି ପରିବାରଲୋକ ବାହାରକୁ ଉଠି ଆସିଥିଲେ। ଏବଂ ଘର ସାମ୍ନାରେ ଏକ କଳା ରଙ୍ଗର ନାଗ ସାପ ଦେଖିବାକୁ ପାଇଥିଲେ। ଯିଏକି କୁକୁରକୁ ବାରବାର ଚୋଟ ମାରି ଚାଲିଥିଲା।

ମାଲିକ ଘରେ ଲାଗିଥିବା ସିସିଟିଭି ଫୁଟେଜ ଯାଞ୍ଚ କରିବା ପରେ ପୂରା ଘଟଣା ସ୍ପଷ୍ଟ ଭାବେ ଜଣାପଡ଼ିଥିଲା। ନାଗ ସାପଟି ସିନା ଘର ପାଖରୁ କେଉଁଆଡେ ଚାଲି ଯାଇଥିଲା କିନ୍ତୁ ଗୋଟିଏ ପରେ ଗୋଟିଏ ଏମିତି ୪ଟି କୁକୁର ସଙ୍ଗେସଙ୍ଗେ ଅଚେତ ହୋଇପଡ଼ିିଥିଲେ ପରେ ସେମାନଙ୍କ ମୃତ୍ୟୁ ହୋଇଯାଇଥିଲା।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More