Only for Entertainment

ଏହି ସ୍ଥାନରେ ଟ୍ରାଫିକ ପୋଲିସଙ୍କ ସ୍ଥାନରେ ବୁଲୁଛନ୍ତି ଭଗବାନ ଗଣେଶ

punjabkesari
46

ମୋଟର ଗାଡ଼ି ସଂଶୋଧନ ଆକ୍ଟ ଲୋକଙ୍କ ନିଦ ଉଡ଼ାଇ ଦେଇଛି । ଭାରି ମୂଲ୍ୟର ଚାଲାଣ ଏତେ ମାତ୍ରାରେ ବଢିଛିଯେ ସମସ୍ତେ କାମ ଛାଡ଼ି କାଗଜପତ୍ର ଠିକ କରିବାରେ ଲାଗିଛନ୍ତି । ଗୋଟିଏ ପାଶ୍ୱର୍ରେ ଟ୍ରାଫିକ ପୋଲିସ ଲୋକଙ୍କ ପକେଟ ଖାଲି କରୁଥିବା ବେଳେ ଗୁଜୁରାଟର ରାଜକୋଟ ପୋଲିସ କିଛି ଭିନ୍ନ ଅବତାରରେ ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେଉଛି । ଭିଡ଼ିଓରେ ଦେଖିବାକୁ ମିଳିଛି ରାସ୍ତାରେ ବୁଲୁଛନ୍ତି ଭଗବାନ ଗଣେଶ । ବାସ୍ତବରେ ଏହି ଗଣେଶ ହେଉଛନ୍ତି ଜଣେ ପୋଲିସ କର୍ମୀ । ଯିଏ ଗଣେଶଙ୍କ ରୂପ ଧାରଣ କରି ରାସ୍ତାର ନିୟମ ମାନୁଥିବା ଲୋକଙ୍କୁ ଲଡୁ ଖୁଆଉଛନ୍ତି । କେବଳ ଏତିକି ନୁହେଁ ହେଲମେଟ ପିନ୍ଧିଥିବା ଲୋକଙ୍କୁ ସମ୍ମାନ ଦିଆଯାଉଛି । କହିରଖୁଛୁ ଜନସାଧାରଣଙ୍କୁ ଜାଗ୍ରତ କରିବା ପାଇଁ ରାଜକୋଟ ପୋଲିସ ଅଧିକାଂଶ ସମୟରେ ଏହିଭଳି କିଛି ପଦକ୍ଷେପ ନେଇଥାନ୍ତି । ଟ୍ରାଫିକ ପୋଲିସ ‘ବୋଲବାଲା’ ନାମକ ଟ୍ରଷ୍ଟ ସହିତ ମିଶି ପ୍ରଥମେ ଏହା ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More