Only for Entertainment

ବହୁ ଦିନ ପରେ ଏକାଠି କାମ କରିବେ ଭଂସାଲୀ ଓ ସଲମାନ ।

Times of India
0 21

ଏକ ଦଶକରୁ ଊର୍ଧ୍ୱ ବର୍ଷ ପରେ ସିନେ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀଙ୍କ ସହ ଚଳଚ୍ଚିତ୍ର କରିବେ ବଲିଉଡ୍‌ ଅଭିନେତା ସଲମାନ ଖାନ। ପୂର୍ବରୁ ଏହି ଯୋଡ଼ି ବଲିଉଡ୍‌କୁ ‘ହମ୍‌ ଦିଲ୍‌ ଦେ ଚୁମେ ସନମ’ ଓ ‘ଖାମୋସୀ’ ପରି ଚଳଚ୍ଚିତ୍ର ଦର୍ଶକଙ୍କୁ ଉପହାରରେ ଦେଇ ସାରିଛନ୍ତି। ଏହା ବ୍ୟତୀତ ୨୦୦୭ ମସିହାରେ ରଣବୀର କପୁର ଓ ସୋନମ କପୁର ଅଭିନୀତ ଚଳଚ୍ଚିତ୍ର ‘ସାଓ୍ଵରିୟା’ରେ ମଧ୍ୟ ସଲମାନ ଅଂଶ ନେଇ ସାରିଛନ୍ତି। ଏହା ମଧ୍ୟରେ ୧୦ ବର୍ଷ ବିତି ଗଲାଣି ଭଂସାଲୀ ଓ ସଲମାନଙ୍କୁ ଏକା ସହ କାମ କରିବାର।

ନିକଟରେ ମିଳିଥିବା ସୂଚନା ଅନୁଯାୟୀ ସଲମାନ ଓ ଭଂସାଲୀ ‘ଇନ୍‌ସାଲା’ ଚଳଚ୍ଚିତ୍ରରେ ଏକତ୍ର ନଜର ଆସିବେ। ଗୋଆରେ ‘ବିଗ୍‌ ବୋସ୍‌୧୨’ ଲଞ୍ଚ ହେବା ଅବସରରେ ସଲମାନ ସ୍ପଷ୍ଟ କରିଛନ୍ତି ଯେ ସେ ‘ଗୁଜାରିସ୍‌’ ନିର୍ଦ୍ଦେଶକଙ୍କ ସହ ଏକ ଚଳଚ୍ଚିତ୍ର କରିବାକୁ ଯାଉଛନ୍ତି।

 

ସଲମାନ କହିଛନ୍ତି, ‘ହଁ ମୁଁ ସଞ୍ଜୟଙ୍କ ଏକ ଚଳଚ୍ଚିତ୍ର କରିବାକୁ ଯାଉଛି। ଏହା ସଂପର୍କରେ ମୁଁ ବହୁତ କିଛି ଜାଣିନାହିଁ। ମାତ୍ର ଗୋଟାଏ ବାକ୍ୟ ୟାକୁ ନେଇ ଶୁଣିଛି। ମାତ୍ର ସଞ୍ଜୟ ଆଉ ମୋ କଲ୍‌ ପିକ୍‌ କରୁନାହାନ୍ତି। ଦୟାକରି ତାଙ୍କୁ କୁହନ୍ତୁସେ ମୋ ଫୋନ୍‌ ପିକ୍‌ କରିବେ।’

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More