Only for Entertainment

ଶାହରୁଖଙ୍କ ଲାଡଲୀଙ୍କୁ ବଲିଉଡରେ ଲଂଚ କରିବେ ଭଂସାଲୀ, କାରଣ ଜାଣି ଭାଙ୍ଗି ଯାଇପାରେ କରଣ ଜୋହରଙ୍କ ହୃଦୟ ।

Amar Ujala
0 62

ପୂର୍ବରୁ ଆମେ ସୂଚନା ଦେଇଥିଲୁ ଯେ ଶାହରୁଖଙ୍କ ଲାଡଲୀ ସୁହାନା ଫିଲ୍ମ ନିର୍ମାତା କରଣ ଜୋହରଙ୍କ ଫିଲ୍ମରେ ଡେବ୍ୟୁ କରିବେ । କିନ୍ତୁ ଏବେ ସୁହାନା ଖାନଙ୍କୁ ନେଇ ଏକ ନୂଆ ଖବର ଶୁଣିବାକୁ ମିଳିଛି । ଖବର ଅନୁସାରେ ସୁହାନାଙ୍କୁ କରଣ ଜୋହର ନୁହଁନ୍ତି ବରଂ ନିର୍ଦ୍ଦେଶକ ସଂଜୟ ଲୀଲୀ ଭଂସାଲୀ ବଲିଉଡରେ ଲଂଚ କରିବେ । ଏଥିପାଇଁ ସେ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଶୁଣିବାକୁ ମିଳିଛି ।

ଯଦିଓ ଶାହାରୁଖ କୁହନ୍ତି ତାଙ୍କ ପୁଅ ଏବଂ ଝିଅ ପ୍ରଥମେ ପଢା ପୁରା କରିବେ ହେଲେ ନିକଟରେ ସୁହାନା ଏକ ଇଣ୍ଟରନ୍ୟାସନାଲ ପତ୍ରିକାର ଭରତୀୟ ସଂସ୍କରଣ ପାଇଁ ଫଟୋ ସୁଟ କରିବା ପରେ ତାଙ୍କର ବଲିଉଡ ଏଣ୍ଟ୍ରିକୁ ନେଇ ଚର୍ଚ୍ଚା ହେଉଛି । ଖବର ଅନୁସାରେ ଶାହରୁଖ ଚାହୁଁଛନ୍ତି ତାଙ୍କ ଝିଅକୁ କୌଣସି ବଡ ନିର୍ଦ୍ଦେଶକ ଲଂଚ କରନ୍ତୁ । ସୁହାନା ଲଗାତାର ଥିଏଟର କରୁଥିବାରୁ ତାଙ୍କ ଶାହାରୁଖଥ ଏବଂ ଗୌରୀ ତାଙ୍କର ବଲିଉଡ ଲଂଚ ପାଉଁ ପ୍ରସ୍ତୁତି କରୁଛନ୍ତି ।

ସୁହାନାଙ୍କୁ ଲଂଚ କରିବା ପାଇଁ କରଣ ଜୋହର ଏବଂ ସୁଜାୟ ଘୋଷଙ୍କ ନାମ ମଧ୍ୟ ସାମ୍ନାକୁ ଆସିଛି । କିନ୍ତୁ ଶାହରୁଖଙ୍କ ମତରେ ଭଂସାଲୀ ଯେଉଁ ଭଳି ଭବ୍ୟ ଫିଲ୍ମ ନିର୍ମାଣ କରନ୍ତି ତାହାକୁ ନଜରରେ ରଖି ସୁହାନାଙ୍କୁ ସେ ଲଂଚ କରିବା ଉଚିତ ରହିବ । ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ସୁହାନା ନିଜର ଡେବ୍ୟୁ ଫିଲ୍ମରେ ପାରମ୍ପରିକ ଲଭ ଷ୍ଟୋରୀ କରିବା ପାଇଁ ଚାହୁଁନାହାଁନ୍ତି । ସେ କିଛି ଭିନ୍ନ ଅନ୍ଦାଜର କାହାଣୀ ସହିତ ବଡ ପରଦାରେ ଡେବ୍ୟୁ କରିବା ପାଇଁ ଚାହାଁନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More