Only for Entertainment

ଓସ୍କାର ପାଇଥିବା ପ୍ରଥମ ଭାରତୀୟ ଥିଲେ ଭାନୁ ଅଥୈୟା, କିନ୍ତୁ ଏହି କାରଣରୁ ଫେରେଇ ଦେଇଥିଲେ ସମ୍ମାନ

AajTak
0 53

ଭାନୁ ଅଥୈୟାଙ୍କ ଜନ୍ମ ୨୮ ଏପ୍ରିଲ ୧୯୨୯ରେ ମହାରାଷ୍ଟ୍ରର କୋହ୍ଲାପୁରରେ ହୋଇଥିଲା । ଭାନୁ ଓସ୍କାର ସମ୍ମାନରେ ସମ୍ମାନୀତ ହୋଇଥିବା ପ୍ରଥମ ଭାରତୀୟ ନାଗରିକ । ସେ ଅନେକ ବଲିଉଡ ଫିଲ୍ମରେ କଷ୍ଟ୍ୟୁମ ଡିଜାଇନର ଭାବେ କାମ କରିଛନ୍ତି । ଭାନୁ ୧୯୫୬ ମସିହାରେ ଫିଲ୍ମ ସିଆଇଡିରୁ ନିଜ କ୍ୟାରିୟର ଆରମ୍ଭ କରିଥିଲେ ।

ଭାନୁ ନିଜ କ୍ୟାରିୟର ମଧ୍ୟରେ ଗୁରୁ ଦତ୍ତ, ରାଜ କପୁର, ୟଶ ଚୋପଡା ଏବଂ ଆଶୁତୋଷ ଗୋବାରୀକରଙ୍କ ସହିତ କାମ କରିଛନ୍ତି । ଏହା ସହିତ ସେ ହଲିଉଡର ଜଣାଣୁଣା ନିର୍ଦ୍ଦେଶକଙ୍କ ସହିତ ମଧ୍ୟ କାମ କରିଛନ୍ତି ।

bhanu1

୧୯୮୨ମସିହା ତାଙ୍କ ଜୀବନର ସବୁଠାରୁ ସବୁଠାରୁ ସ୍ମରଣୀୟ ବର୍ଷ । ସେହି ବର୍ଷ ସେ ଏକାଡୋମି ଆୱାର୍ଡ ସମାରୋହରେ ଦେଶକୁ ପ୍ରତିନିଧିତ୍ୱ କରିବା ସହିତ ଦେଶକୁ ଗୌରବାନିତ୍ୱ ମଧ୍ୟ କରିଥିଲେ । ଫିଲ୍ମ ଗାନ୍ଧୀ ପାଇଁ ସେ ଜନ ମୋଲୋଙ୍କ ସହିତ ମିଶି ବେଷ୍ଟ କଷ୍ଟ୍ୟୁମ ଡିଜାଇନର ଓସ୍କାର ଆୱାର୍ଡ ଜିତିଥିଲେ । କିନ୍ତୁ ୨୦୧୨ ସେ ଏହି ସମ୍ମାନକୁ ଫେରାଇଦେଇଥିଲେ ।

bhanu2

ଭାନୁଙ୍କୁ ଲାଗିଥିଲା ତାଙ୍କର ମୃତ୍ୟୁ ପରେ ଏହି ସମ୍ମାନକୁ ତାଙ୍କ ପରିବାର ଲୋକେ ଠିକ ଭାବରେ ଧ୍ୟାନ ଦେଇପାରିବେ ନାହିଁ । ତେଣୁ ସେ ଏହି ସମ୍ମାନକୁ ଏକାଡୋମୀ ଅଫ ମୋଶନ ପିକଚର୍ସ ଆଣ୍ଡ ସାଇନ୍ସକୁ ଫେରାଇଦେଇଥିଲେ ।

୨୦୧୦ରେ ସେ ‘ଆର୍ଟ ଅଫ କଷ୍ଟ୍ୟୁମ’ ନାମକ ଏକ ପୁସ୍ତକ ଲେଖିଥିଲେ । ଏହି ପୁସ୍ତକକୁ ହାପର କୋଲିଂନ୍ସ ପ୍ରକାଶିତ କରିଥିଲେ । ୨୦୧୩ରେ ସେ ଏହି ପୁସ୍ତକର ଏକ କପିକୁ ଦଲାଇଲାମାଙ୍କୁ ଦେଇଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More