Only for Entertainment

ପ୍ରଥମଥର ଫିଲ୍ମ ପାଇଁ କାହାକୁ ଅନୁରୋଧ କଲେ ସଲମାନ !

intoday.in
0 56

ଦବଙ୍ଗ ହିରୋ ସଲମାନ ଖାନଙ୍କ ସିନେମା ସବୁବେଳେ ସୁପରହିଟ ହୋଇ ଆସୁଛି । ଯାହା ତାଙ୍କୁ ବଲିଉଡ ଜଗତର ଜଣେ ପ୍ରଖ୍ୟାତ ଅଭିନେତା ଭାବରେ ପରିଚିତ କରିପାରିଛି । କିନ୍ତୁ ଏତେ ସବୁ ସୁପରହିଟ ଫିଲ୍ମ ମଧ୍ୟରେ ସଲୁ ମିଆଁଙ୍କ ଉପରେ ଫ୍ଲପ ଫିଲ୍ମ କୌଣସି ପ୍ରଭାବ ପକାଇ ପାରିନାହିଁ । ଏହାକୁ ପ୍ରମାଣ କରିଛି ତାଙ୍କ ଫିଲ୍ମ “ଟାଇଗର ଜିନ୍ଦା ହୈ” । କାରଣ ଟ୍ୟୁବଲାଇଟ ଫ୍ୟୁଜ ହୋଇଯାଇଥିଲେ ମଧ୍ୟ ସଲମାନଙ୍କ ଫିଲ୍ମ କ୍ୟାରିୟର ଉପରେ କୌଣସି ପ୍ରଭାବ ପଡିନାହିଁ ।

ସଲମାନ ଖାନ ଏବଂ ଅଲ୍ଲି ଅବାସ ନିଜ ୩୦୦କୋଟି ବଜେଟକୁ ପୂରା କରିବାର ପ୍ରସ୍ତୁତି ଆରମ୍ଭ କରିସାରିଲେଣି । ଫିଲ୍ମର ପ୍ରଯୋଜନା କରିବେ ଅତୁଲ ଅଗ୍ନିହୋତ୍ରୀ ଏବଂ ଫିଲ୍ମର ନାଁ ରହିଛି ଭାରତ । ଏହି ଫିଲ୍ମଟି ଏକ କୋରିୟନ ଫିଲ୍ମ “ଓଡ ଟୁ ମାୟ ଫାଦର”ର ରିମେକ ଅଟେ ।

ଶୁଣିବାକୁ ମିଳୁଛି ଯେ ସଲମାନ ଟ୍ୟୁବଲାଇଟ ଫିଲ୍ମ ପରେ ଅତୁଲଙ୍କ ଆଗାମୀ ଚଳଚିତ୍ରରେ ଅଭିନୟ କରିବା ଲାଗି ପ୍ରତିଶ୍ରୁତି ଦେଇଥିଲେ ।

ଅତୁଲଙ୍କ ଆଗାମୀ ଚଳଚିତ୍ରରେ ସଲମାନଙ୍କୁ ପ୍ରସ୍ତାବ ଦେଇଥିଲେ । ମାତ୍ର ସଲମାନ ଅଲ୍ଲୀଙ୍କୁ ଏହି ଫିଲ୍ମକୁ ନିର୍ଦ୍ଧେଶନା ଦେବା ଲାଗି କହିଥିଲେ । କେବଳ ସେତିକି ନୁହେଁ, ସଲମାନ ଅଲ୍ଲୀଙ୍କୁ ଏହି ଫିଲ୍ମ ନିର୍ଦ୍ଧେଶନା ଦେବା ଲାଗି ଭରସା ମଧ୍ୟ ଦେଇଥିଲେ ।

ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ସଲମାନ ଏବଂ ଅଲ୍ଲୀ ପରଫେକ୍ଟ ଯୋଡି ହୋଇଗଲେଣି । ସଲମାନଙ୍କର ଅଲ୍ଲୀଙ୍କ ପ୍ରତିଭା ଉପରେ ଖୁବ ଭରସା ରହିଛି । ସଲମାନଙ୍କୁ ଜଣା ଅଛି ଯେ ଅଲ୍ଲୀ କଣ କରିପାରନ୍ତି ଏବଂ ଅଲ୍ଲୀଙ୍କୁ ମଧ୍ୟ ଜଣା ସଲମାନଙ୍କ ସାହାଯ୍ୟ ନେଇ ଫିଲ୍ମରେ କଣ କରାଯାଇପାରିବ ।

ଏହାପୂର୍ବରୁ ସୁଲତାନ ଫିଲ୍ମରେ ସଲମାନଙ୍କ ଓଜନ କେତେବେଳେ ୮୦କିଲୋ ତ ସପ୍ତାହେ ପରେ ୧୨୦କିଲୋ ଓଜନ ରହିବା ଲାଗି ଅଲ୍ଲୀ କହିଥିଲେ । ତେଣୁ ଏହି କାରଣରୁ ଅଲ୍ଲୀଙ୍କୁ ସଲମାନ ପାଗଳ ବୋଲି କହିଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More