Only for Entertainment

ନୂଆ ଟ୍ରାଫିକ୍‌ ନିୟମ ପାଇଁ ସାଉଥ ଷ୍ଟାର ମହେଶ ବାବୁଙ୍କୁ ଦାୟୀ କଲେ ଲୋକ, ଦେଖନ୍ତୁ ଟ୍ୱିଟ

LATESTLY
631

ସେପ୍ଟେମ୍ବର ୧ରୁ ନୂଆ ଟ୍ରାଫିକ ନିୟମ ଲାଗୁ ହେବା ପରଠାରୁ ଦେଶବାସୀମାନେ ଏବେ ଚିନ୍ତାରେ ପଡ଼ି ଯାଇଛନ୍ତି । ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କଲେ ଲାଗୁ ହେଉଥିବା ଜରିମାନାକୁ ବଢ଼ାଇ ଦିଆଯାଇଥିବା ବେଳେ କିଛି ଦିନ ମଧ୍ୟରେ ହିଁ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଜଣ ଜଣଙ୍କଠାରୁ ୪୭,୦୦୦ଟଙ୍କା ପର୍ଯ୍ୟନ୍ତ ଜରିମାନା ଆଦାୟ କରୁଛନ୍ତି ଟ୍ରାଫିକ ପୁଲିସ । ତେବେ ଏଭଳି ପରିସ୍ଥିତି ଦେଖି ଲୋକେ ସାଉଥ୍‌ ସୁପରଷ୍ଟାର ମହେଶ ବାବୁଙ୍କୁ ଏ ନେଇ ଦାୟି କରୁଛନ୍ତି ।

ସୂଚନା ମୁତାବକ, ଫିଲ୍ମ ଭାରତ ଆନେ ନେନୁରେ ମହେଶ ବାବୁ ମୁଖ୍ୟମନ୍ତ୍ରୀ ବନିଥିଲେ । ବାହାରେ ରହି ପାଠ ପଢ଼ୁଥିବା ମହେଶ ବାବୁ ଭାରତ ଫେରିବା ପରେ ଟ୍ରାଫିକ ସମସ୍ୟା ଦେଖି ଓ ଲୋକେ କିଭଳି ଟ୍ରାଫିକ୍‌ ନିୟମର ଉଲ୍ଲଂଘନ କରୁଥିବା ଦେଖି ସେ ଟ୍ରାଫିକ ନିମୟରେ ପରିବର୍ତ୍ତନ କରିଥିଲେ । ଟ୍ରାଫିକ ପୁଲିସ ପକ୍ଷରୁ ଲଗାଯାଉଥିବା ଜରିମାନାକୁ ବଢ଼ାଇ ଦେବା ପରେ ସହରର ସ୍ଥିତି ସୁଧୁରିଥିଲା ବୋଲି ଫିଲ୍ମରେ ଦେଖାଯାଇଥିଲା ।

ଏବେ ବାସ୍ତବରେ ଭାରତରେ ସେଭଳି କିଛି ହେଉଥିବା ଦେଖି ଲୋକେ ମହେଶ ବାବୁଙ୍କୁ ଏ ନେଇ ଦାୟୀ କରୁଛନ୍ତି । ତାଙ୍କ ଫିଲ୍ମରୁ ଆଇଡିଆ ନେଇ ସରକାର ଏଭଳି ନିୟମ ତିଆରି କରିଥିବା ନେଇ ଲୋକେ କହିବା ଆରମ୍ଭ କରିଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More