Only for Entertainment

‘ଭାରତ’ର ପ୍ରଥମ ଗୀତର ଟିଜର ରିଲିଜ, ଦେଖିବାକୁ ମିଳିଲା ସଲମାନ ଖାନ- ଦିଶା ପଟାନୀଙ୍କ ଜବରଦସ୍ତ କେମେଷ୍ଟ୍ରୀ

Bollywood
43

ବଲିଉଡ ଅଭିନେତା ସଲମାନ ଖାନଙ୍କ ଆଗାମୀ ଫିଲ୍ମ ‘ଭାରତ’ର ପ୍ରଥମ ଗୀତ ‘ସ୍ଲୋ ମୋଶନ ମେଁ’ର ଟିଜର ରିଲିଜ ହୋଇସାରିଛି । ଏହି ଗୀତର ଟିଜର ଦେଖିଲା ପରେ ଅନୁମାନ କରାଯାଉ ଛି ଯେ ଗୀତ ମ୍ୟୁଜିକ ଚାଟସ୍ ରେ ଚହଳ ସୃଷ୍ଟି କରିବ । ଆଜି ଏହି ଗୀତର ଟିଜର ରିଲିଜ ହୋଇ ଥିବା ବେଳେ ୨୫ ଏପ୍ରିଲରେ ଏହି ଗୀତ ରିଲିଜ ହେବ ।

ଫିଲ୍ମର ଏହି ଗୀତକୁ ସଲମାନ ଖାନ ଏବଂ ଦିଶା ପଟାନୀଙ୍କ ଉପରେ ଦୃଶ୍ୟାଙ୍କନ କରାଯାଇଛି । ଏହି ଗୀତର ଟିଜରରେ ସଲମାନ ଏବଂ ଦିଶା ପଟାନୀଙ୍କ ଜବରଦସ୍ତ କେମେଷ୍ଟ୍ରୀ ଦେଖିବାକୁ ମିଳିଛି ।

ଟିଜର ଭିଡିଓକୁ ଟ୍ୱିଟରରେ ସେୟାର କରି ସଲମାନ କ୍ୟାପସନରେ ଲେଖିଛନ୍ତି – ‘ଜୀବନ ସ୍ଲୋ ମୋଶନରେ ଯାଉଛି ।’ କହିରଖୁଛୁ ଯେ, ସଲମାନ ଖାନ ଏବଂ ଦିଶା ପଟାନୀଙ୍କ ବ୍ୟତିତ ଫିଲ୍ମରେ କ୍ୟାଟ୍ରିନା କୈଫ, ତବୁ, ସୁନିଲ ଗ୍ରୋଭର, ଜ୍ୟାକି ଶ୍ରଫଙ୍କ ପରି କଳାକାର ନଜର ଆସିବେ । ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇ ଥିଲା । ଏହା ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି । ଫିଲ୍ମ ଚଳିତ ବର୍ଷ ଇଦରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More