Only for Entertainment

ଅକ୍ଷୟଙ୍କ ଦ୍ୱାରା ଆରମ୍ଭ ହୋଇଥିବା ଭାରତ କେ ବୀର ୧ ବର୍ଷରେ ପାଦ ଦେଇ ଏକାଠି କରିଛି ୨୯ କୋଟି,ଭାରତୀୟ ଯୱାନଙ୍କ ପରିବାର ପାଇଁ ସାଜିଛି ସହାୟତାର ଏକ ଭିନ୍ନ ଉତ୍ସ ।

aajtak
0 37

ଦେଶ ପାଇଁ ନିଜର ସର୍ବସ୍ୱ ବଳୀଦାନ ଦେଉଥିବା ଯୱାନଙ୍କ ପାଇଁ ଆରମ୍ଭ ହୋଇଥିବା ୱେବ ପୋର୍ଟାଲ ଭାରତ କେ ବୀର ପ୍ରାୟ ସଫଳ ହୋଇଛି । ଏହା ଜରିଆରେ ୧ ବର୍ଷରେ ୨୯ କୋଟି ଆୟ ପ୍ରାପ୍ତ କରାଯାଇଛି । ଏହି ସୂଚନା ଅଭିନେତା ଅକ୍ଷୟ କୁମାର ନିଜ ଟ୍ୱିଟର ଆକାଉଂଟରେ ଦେଇଛନ୍ତି ।


ଭାରତ କେ ବୀରକୁ ୧ ବର୍ଷ ପୂରା ହୋଇଥିବା ଏବଂ ତାଙ୍କ ସ୍ୱପ୍ନ ସାକାର ହୋଇଥିବା କଥା ମଧ୍ୟ ସେ ଲେଖିଛନ୍ତି । ମିଳିଥିବା ୨୯ କୋଟି ଟଙ୍କାକୁ ୧୫୯ ଫ୍ୟାମିଲିରେ ବାଂଟି ଦିଆଯିବ ।

ଗତବର୍ଷ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଦ୍ୱାରା ଭାରତ କେ ବୀର ନାମରେ ଏକ ୱେବ ପୋର୍ଟାଲ ଉଦଘାଟିତ ହୋଇଥିଲା । ଅକ୍ଷୟ କୁମାର ଭାରତୀୟ ଯୱାନଙ୍କ ପରିବାରକୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ଭାରତ ସରକାରଙ୍କ ସାହାଯ୍ୟରେ ଏକ ୱେବ ପୋର୍ଟାଲ ପ୍ରସ୍ତୁ୍ କରିଥିଲେ । ଏହା ଜରିଆରେ ଯେକୌଣସି ବ୍ୟକ୍ତି ଶହିଦଙ୍କ ପରିବାରକୁ ସହାୟତା କରିପାରିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More