Only for Entertainment

ସଲମାନଙ୍କ ପାଇଁ କ୍ୟାଟରୀନା ପୁଣି ସାଜିଲେ ଫଟୋଗ୍ରାଫର, ଭାରତ ସେଟରୁ ଫଟୋ ଆସିଲା ସାମ୍ନାକୁ !

Hindustan Times
42

ବଲିଉଡ ଅଭିନେତା ସଲମାନ ଖାନ କିଛିଦିନ ହେବ ଫିଲ୍ମ ଭାରତ’ର ସୁଟିଂ ପାଇଁ ପୂରା ଟିମ ସହ ପଂଜାବ ଯାଇଛନ୍ତି । ନିକଟରେ ଫିଲ୍ମ ସେଟରୁ ଏକ ଫଟୋ ସାମ୍ନାକୁ ଆସିଛି । ଏହି ଲାଟେଷ୍ଟ ଫଟୋରେ ସଲମାନଙ୍କ ପଛପଟରୁ ଦେଖିବାକୁ ମିଳିଛି ଏବଂ କ୍ୟାଟ ତାଙ୍କର ଫଟୋ ନେଉଥିବାର ନଜର ଆସିଛନ୍ତି ।

ଏଠାରେ ଆମେ କହି ରଖୁଛୁ ଯ ଫିଲ୍ମ ସୁଟିଂର ଏବେ ପର୍ଯ୍ୟନ୍ତ ୩ଟି ସିଡ୍ୟୁଲ ପୂରା ହୋଇଛି ଏବଂ ଏହା ଫିଲ୍ମର ୪ର୍ଥ ସିଡ୍ୟୁଲ ଅଟେ । ଏବେ ପର୍ଯ୍ୟନ୍ତ ଫିଲ୍ମ ସୁଟିଂ ମୁମ୍ବାଇ, ମାଲ୍ଟା ଏବଂ ଅବୁଧାବି ଲୋକେସନରେ ସୁଟ କରାଯାଇଥିଲା । ଏବେ ୪ର୍ଥ ସିଡ୍ୟୁଲ ପଂଜାବରେ ସୁଟ କରାଯାଉଛି । ଫିଲ୍ମରେ ସଲମାନ ଏବଂ କ୍ୟାଟଙ୍କ ବ୍ୟତୀତ ତବୁ, ଦୀଶା ପାଟନୀ ଏବଂ ସୁନୀଲ ଗ୍ରୋବର ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ଆସନ୍ତା ବର୍ଷ ୨୦୧୯ରେ ରିଲିଜ ହେବା ଲାଗି ପ୍ରସ୍ତୁତି ଆରମ୍ଭ କରିଦେଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More