Only for Entertainment

ସଲମାନଙ୍କ ଭାରତ ଫିଲ୍ମ ଡାଏଲଗରେ ହେଲା ଏଭଳି ମିମ୍ସ, ପଢିଲେ ରୋକି ପାରିବେ ନାହିଁ ଆପଣଙ୍କ ହସ !

28

ବଲିଉଡ ଅଭିନେତା ସଲମାନ ଖାନଙ୍କ ଫିଲ୍ମ ‘ଭାରତ’ର ଟ୍ରେଲର ସୋମବାର ରିଲିଜ କରାଯାଇଛି । ଟ୍ରେଲରକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ଫିଲ୍ମରେ ସଲମାନ ଖାନ ଭିନ୍ନ ଭିନ୍ନ ଲୁକରେ ନଜର ଆସିଛନ୍ତି । ଫିଲ୍ମରେ ଡାଏଲଗ ଟ୍ରେଲର ରିଲିଜ ହେଉ ହେଉ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାଉପରେ ମିମ୍ସ ମଧ୍ୟ ଆରମ୍ଭ ହୋଇଗଲାଣି । ଖାସକରି କ୍ୟାଟରୀନା କୈଫଙ୍କ ଏହି ଡାଏଲଗରେ ସୋସିଆଲ ମିଡିଆରେ ଲୋକମାନେ ଖୁବ ମଜା ନେଉଛନ୍ତି ।

ଟ୍ରେଲରରେ ଏକ ସିନରେ ସଲମାନ ଖାନ ଯେତେବେଳେ କ୍ୟାଟଙ୍କ ପାଖକୁ ଚାକିରୀ ପାଇଁ ପହଂଚିଥିଲେ , ସେଠାରେ ତାଙ୍କ ନାଁ ପଚରାଯିବାରୁ ସେ ଏକ ଟିପ୍ପଣୀ ଦେଇଥିଲେ । ସଲମାନ ଖାନଙ୍କ ଏହି ପ୍ରକ୍ରିୟା କ୍ୟାଟଙ୍କୁ ପସନ୍ଦ ଆସିନାହିଁ ଏବଂ ଏହା ପରେ ସେ କହିଛନ୍ତି ଏତେ ଭାରୀ ଜ୍ଞାନ ଦେବା ଆବଶ୍ୟକ ନାହିଁ ।

କ୍ୟାଟଙ୍କ ଏହି ଡାଏଲଗକୁ ନେଇ ଅନେକ ମିମ୍ସ ଦେଖିବାକୁ ମିଳିଛି । ଲୋକମାନେ ଭିନ୍ନ ଭିନ୍ନ ଟପିକ୍ କୁ ନେଇ ଏହାକୁ ଯୋଡିଛନ୍ତି । ଜଣେ ବ୍ୟକ୍ତି କହିଛନ୍ତି ଯେ ଏତେ ଭାରୀ ସ୍କ୍ରିପ୍ଟ ଜରୁରୀ ନାହିଁ ।

ଏହାବ୍ୟତୀତ ସଲମାନ ଟ୍ରେଲରର ଏକ ସିନରେ କାନ୍ଦୁଥିବାର ନଜର ଆସିଛନ୍ତି । ଏହା ଉପରେ ମଧ୍ୟ ଅନେକ ମିମ୍ସ ହୋଇଛି । ଜଣେ ବ୍ୟକ୍ତି ସଲମାନଙ୍କ କାନ୍ଦୁଥିବା ଫଟୋ ଶେୟାର କରି ଏହାକୁ ବାର୍ଷିକ ଆପ୍ରେଜାଲରେ ସେଟ କରିଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଏହି ଫିଲ୍ମରେ ସଲମାନ ଏବଂ କ୍ୟାଟରୀନାଙ୍କ ବ୍ୟତୀତ ଦୀଶା ପାଟନୀ, ଜ୍ୟାକି ଶ୍ରଫ, ତବୁ, ସୁନୀଲ ଗ୍ରୋବର ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମରେ ଚଳିତ ବର୍ଷ ୫ଜୁନରେ ଇଦ ସମୟରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More