Only for Entertainment

ଭାରତ ଫିଲ୍ମର ଗୀତ ‘ସ୍ଲୋ ମୋଶନ’ ରିଲିଜ, ଦୀଶାଙ୍କ ସହ ସର୍କସରେ ନାଚିଲେ ସଲମାନ !

24

ବଲିଉଡ ଅଭିନେତା ସଲମାନ ଖାନ ଏବଂ କ୍ୟାଟରୀନା କୈଫ ଏଥର ଦର୍ଶକଙ୍କ ସାମ୍ନାରେ ଇଦରେ ଧମାଲ ମଚାଇବାକୁ ଆସୁଛନ୍ତି । ନିକଟରେ ଏବେ ଫିଲ୍ମ ‘ଭାରତ’ ଗୀତ ରିଲିଜ ହୋଇଛି । ଗୀତର ବୋଲି ରହିଛି ‘ସ୍ଲୋ ମୋଶନ’ । ଏଥିରେ ସଲମାନ ଏବଂ ଦୀଶା ପାଟନୀଙ୍କ ଜଲୱା ଦେଖିବାକୁ ମିଳିଛି । ଦୁହେଁ ଏକ ସର୍କସରେ ଏକାସହ ନାଚୁଥିବାର ଦେଖିବାକୁ ମିଳିଛି ।

ଗୀତରେ ଦୀଶା ହଳଦିଆ ରଂଗର ଶାଢୀ ପିନ୍ଧିଛନ୍ତି । ସେହିଭଳି ସଲମାନ ଧଳା ସାର୍ଟ ସହ ପ୍ୟାଂଟ ପିନ୍ଧି ସବୁଥର ଭଳି ହ୍ୟାଣ୍ଡସମ ନଜର ଆସିଛନ୍ତି । ଭାରତର ଟ୍ରେଲର ୨୨ଅପ୍ରେଲରେ ରିଲିଜ ହୋଇଥିଲା । ଟି-ସିରିଜର ଆଗାମୀ ଫିଲ୍ମ ‘ଭାରତ’ ଦଚନିଆର ସବୁଠୁ ବଡ ୟୁଟ୍ୟୁବ ଚ୍ୟାନେଲରେ ଲଂଚ ହେବାର ପ୍ରଥମ ଟ୍ରେଲର ହୋଇଗଲାଣି ।

ଫିଲ୍ମ ବିଷୟରେ କହିବାକୁ ଗଲେ ଭାରତରେ ଦେଶର ଭାଗବାଂଟ କୁ ନେଇ ଏବେ ପର୍ଯ୍ୟନ୍ତର କାହାଣୀ ଦେଖିବାକୁ ମିଳିବ । ଏଠାରେ ସଲମାନଙ୍କ ନାଁ ରହିଛି ଭାରତ । ଏହି ଫିଲ୍ମରେ ସଲମାନ, କ୍ୟାଟରୀନା , ଦୀଶା ପାଟନୀ, ଜାକି ଶ୍ରଫ ଏବଂ ସୁନୀଲ ଗ୍ରୋବର ଦେଖିବାକୁ ମିଳିବେ । ଫିଲ୍ମ ୫ଜୁନରେ ରିଲିଜ ହେବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More