Only for Entertainment

ରିଲିଜ ହେଲା ସଲମାନଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ ଭାରତର ଟିଜର ।

aajtak
34

ବହୁ ପ୍ରତିକ୍ଷିତ ଅଲି ଅବାସ ଜଫରଙ୍କ ନିର୍ଦ୍ଦେଶିତ ଏବଂ ସଲମାନଙ୍କ ଅଭିନୀତ ଫିଲ୍ମ ଭାରତର ଟିଜର ରିଲିଜ ହୋଇ ସାରିଛି । ଫିଲ୍ମ ଏହି ବର୍ଷ ଇଦ ଉପଲକ୍ଷେ ରିଲିଜ ହେବ । ଫିଲ୍ମରେ ସଲମାନଙ୍କ ବିଭିନ୍ନ ଲୁକ୍ସ ନଜର ଆସିଛି । ଫିଲ୍ମରେ ସଲମାନଙ୍କ ସହିତ କ୍ୟାଟ୍ରିନା କୈଫ, ସୁନିଲ ଗ୍ରୋଭର, ଦିଶା ପାଟନୀ ମୁଖ୍ୟ ଚରିତ୍ରରେ ନଜର ଆସିବେ । ଏହା ଏକ କୋରିଆ ଫିଲ୍ମ ଉପରେ ଆଧାରିତ ।

ଫିଲ୍ମରେ ସଲମାନ ଦମଦାର ଡାଏଲଗ ସହିତ ଧମାକାଦାର ପ୍ରବେଶ କରିଛନ୍ତି । ଯେଉଁଥିରେ ତାଙ୍କ ଲୁକ ରହିଛି ଏକ ରକଷ୍ଟାର । ଏହା ସହିତ ସେ ଏକ ନେଭି ମ୍ୟାନ ଚରିତ୍ରରେ ନଜର ଆସିଛନ୍ତି । ସଲମାନଙ୍କ ଚରିତ୍ରର ନାମ ହେଉଛି ଭାରତ । ସମଗ୍ର ଭିଡ଼ିଓରେ ସଲମାନ ହିଁ ନଜର ଆସିଛନ୍ତି ।

ସୋସିଆଲ ମିଡିଆରେ ଟିଜରକୁ ଜବରଦସ୍ତ ରେସପନ୍ସ ମିଳୁଛି । କହିରଖୁଛୁଯେ ପ୍ରଥମେ ଏହି ଫିଲ୍ମ ପାଇଁ ପ୍ରିୟଙ୍କାଙ୍କୁ ଚୟନ କରାଯାଇଥିଲା କିନ୍ତୁ ପ୍ରିୟଙ୍କାଙ୍କ ବିବାହ ଥିବାରୁ ସେ ଏହାକୁ ମନା କରି ଦେଇଥିଲେ, ଯେଉଁ କାରଣରୁ ପରବର୍ତ୍ତୀ ମୁହୁର୍ତ୍ତରେ କ୍ୟାଟ୍ରିନାଙ୍କୁ ନିଆଗଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More