Only for Entertainment

ନିଜ ଛୁଆର ଏହି ନାମ ରଖିବେ ଭାରତୀ ଏବଂ ହର୍ଷ ।

news18
46

ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିଆ ଏବେ ଫ୍ୟାମିଲ ପ୍ଲାନିଙ୍ଗ କରି ନାହାଁନ୍ତି । କିନ୍ତୁ ଏହି ଯୋଡ଼ି ଏବେ ଠାରୁ ପିଲାର ନାମ ରଖି ସାରିଛନ୍ତି । ବାସ୍ତବରେ ସେମାନଙ୍କ ନିକଟରେ ଏହା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ । ସୁଟିଂ ସମୟରେ ହର୍ଷ ଲିମ୍ବାଚିୟାଙ୍କୁ ଏକ ଚ୍ୟାଲେଂଜ ଦିଆ ଯାଇଥିଲା । କିନ୍ତୁ ଟାସ୍କକୁ ପୂରା କରିବାରେ ହର୍ଷ ଅସଫଳ ରହିଲେ । ଯାହାପରେ ଦଣ୍ଡ ସ୍ୱରୂପ ନିଜ ଶରୀର ପାଶ୍ୱର୍ରେ ଆଇ ଲଭ ୟୁ ବିକାଶ ଟ୍ୟାଟୁ କରିବାକୁ ପଡ଼ିଲା ।

ଏକ ଇଂଟରଭ୍ୟୁ ସମୟରେ ଭାରତୀ କହିଲେଯେ ଏବେ ଏହି ଟ୍ୟାଟୁ ସବୁଦିନ ପାଇଁ ରହିବ । ତେଣୁ ଆମେ ଆମ ପିଲାର ନାମ ରଖିବୁ ବିକାଶ । ଏହାପରେ ବିକାଶ ଟ୍ୱିଟରରେ ଲେଖିଛନ୍ତି ନେସନାଲ ଟେଲିଭିଜନରେ ହର୍ଷ ଟ୍ୟାଟୁ କରିଛନ୍ତି ।

ଖତରୋଁ କେ ଖିଲାଡ଼ୀ ପରେ ହର୍ଷ ଏବଂ ଭାରତୀ ଖତରା ଖତରା ଖତରାର ସୁଟିଂ କରୁଛନ୍ତି । ଏହି ଦୁଇ ଜଣଙ୍କ ବ୍ୟତୀତ ବିକାଶ ଗୁପ୍ତା, ଆଦିତ୍ୟ ନାରାୟଣ ଏବଂ ଜସ୍ମିନ ଭାସୀନ ମଧ୍ୟ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More