Only for Entertainment

ମା ଓ ପତ୍ନୀଙ୍କ ମଧ୍ୟରେ କାହାକୁ ଅଧିକ ଡରନ୍ତି ଅଭିଷେକ?

dailytimes
20

କଫି ୱିଦ କରନ ଶୋ’ର ଏପିସୋଡ ୬ ଏବେ ମଧ୍ୟ ଚର୍ଚ୍ଚାରେ ରହିଛି । ଏହି ମଧ୍ୟରେ ଅନ୍ୟ ଏକ ଖବର ଆସିଛି ଯେ ଏହାର ପରବର୍ତ୍ତୀ ସିଜନରେ ଶ୍ୱେତା ବଚ୍ଚନ ଏବଂ ଅଭିଷେକ ବଚ୍ଚନ ନଜର ଆସିବେ । ବଚ୍ଚନ ପରିବାରର ଏହି ଦୁଇ ସଦସ୍ୟ କେତେକ ରାଜ

 

View this post on Instagram

 

The Bachchan siblings bring their A-Game to the Kouch. It’s #KoffeeWithBachchans this week on #KoffeeWithKaran.

A post shared by Star World (@starworldindia) on

ଖୋଲିବେ କରନଙ୍କ ଶୋ’ରେ ।

 

ଆସନ୍ତା ଏପିସୋଡ ଖୁବ ମସାଲାଦାର ହେବ ଏହା ରବିବାରକୁ ଦେଖାଯାଇଥିବା ଟିଜରରୁ ଜଣାପଡ଼ୁଛି । ଶୋ ମଧ୍ୟରେ କରନ ଅଭିଷେକ ବଚ୍ଚନଙ୍କୁ ଏକ ପ୍ରଶ୍ନ କରୁଛନ୍ତିଯେ ତୁମେ କାହାକୁ ଅଧିକ ଡର? ମା ନା ପତ୍ନୀ? ଅଭିଷେକ ପ୍ରଶ୍ନର ଉତ୍ତରରେ କହୁଛନ୍ତିଯେ ସେ ମା ଜୟା ବଚ୍ଚନଙ୍କୁ ଅଧିକ ଡରନ୍ତି । କିନ୍ତୁ ଅଭିଷେକ ଏବଂ କରଣଙ୍କ କଥାବର୍ତ୍ତା ମଧ୍ୟରେ ଶ୍ୱେତା କହୁଛନ୍ତିଯେ ଅଭିଷେକ ଅଧିକ ପତ୍ନୀ ଐଶ୍ଚର୍ଯ୍ୟାଙ୍କୁ ଡରନ୍ତି ।

ଶ୍ୱେତାଙ୍କ କଥା ଶୁଣି ଅଭିଷେକ କହୁଛନ୍ତିଯେ କରନ ମୋତେ ପ୍ରଶ୍ନ କରିଛନ୍ତି ତେଣୁ ମୋ ଉତ୍ତରକୁ ଗ୍ରହଣ କରାଯିବ ।

 

କହିରଖୁଛୁଯେ ଅଭିଷେକ ଖୁବଶୀଘ୍ର ଐଶ୍ଚର୍ଯ୍ୟାଙ୍କ ସହିତ କାମ କରିବେ । ଦୁଇଜଣଙ୍କ ଆଗାମୀ ଫିଲ୍ମର ନାମ ଗୁଲାବ ଜାମୁନ । ଅବଶ୍ୟ ଫିଲ୍ମକୁ ନେଇ ଏପର୍ଯ୍ୟନ୍ତ କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । ତେବେ ଅଭିଷେକଙ୍କ ପୂର୍ବ ଫିଲ୍ମ ମନମର୍ଜିଆଁ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More