Only for Entertainment

ରାଖୀ ସାୱନ୍ତଙ୍କ ଆଇଟମ ସଙ୍ଗ ‘ଲଗା ନବରତନ ତେଲ’ ରିଲିଜ !

33

ଭୋଜପୁରୀ ଫିଲ୍ମ ‘ସବସେ ବଡା ଚାମ୍ପିଅନ’ର ଆଇଟମ ସଙ୍ଗ ‘ଲଗା ନବରତନ ତେଲ’ ଦର୍ଶକଙ୍କୁ ମତୁଆଲା କରିବା ପାଇଁ ପ୍ରସ୍ତୁତ ହୋଇସାରିଲାଣି । ଗୀତରେ ରାଖୀ ସାୱନ୍ତ ଏବଂ ରାଜୁ ସିଂ ମାହିଙ୍କ ଜବରଦସ୍ତ ଡାନ୍ସ ଦେଖିବାକୁ ମିଳିଛି । ନିକଟରେ ଗୀତଟି ୟୁଟ୍ୟୁବରେ ରିଲିଜ ହୋଇଛି ।

ଭୋଜପୁରୀର ଏହି ଆଇଟମ ସଙ୍ଗ ଅନୁଜ ତିୱାରୀ ଏବଂ ଅଲ୍କା ଝା ଗାଇଛନ୍ତି ଏବଂ ସଂଗୀତ ଅନୁଜ ତିୱାରୀ ପ୍ରସ୍ତୁତ କରିଛନ୍ତି । ଧୀରଜ ଠାକୁର ଏବଂ ବିବକେ ଗାଜିପୁରୀ ଏହାକୁ ଲେଖିଛନ୍ତି । ଏଠାରେ ଆମେ କହି ରଖୁଛୁ ଯେ ରାଖୀ ଅନେକ ଟିଭି ସିରିଅଲ ଏବଂ ଗୀତରେ କାମ କରିଛନ୍ତି ମାତ୍ର ସେ ଆଇଟମ ସଙ୍ଗ ପାଇଁ ପରିଚିତ । ତେବେ ଏହି ଗୀତରେ ରାଖୀ ଦର୍ଶକଙ୍କୁ ମତୁଆଲା କରିବାକୁ ଆସୁଛନ୍ତି ।

ଭୋଜପୁରୀ ଫିଲ୍ମ ‘ସବସେ ବଡା ଚାମ୍ପଅନ’କୁ ଅନୀଲ କାବରା ଏବଂ ରେଣୁକା ସିଂଙ୍କ ଦ୍ୱାରା ନିର୍ଦ୍ଦେଶନା କରାଯାଇଛି । ଫିଲ୍ମରେ ଭୋଜପୁରୀ ମେଗାଷ୍ଟାର ରବି କିଶନ ଏବଂ କନକ ପାଣ୍ଡେ ମୁଖ୍ୟ ଭୂମିକାରେ ନଜର ଆସିବେ । ରାଜୁ ସିଂ ମାହି, ମୋନିକା ରୟ, କିଶନ ରୟ, ଆୟୁଷି ତିୱାରୀ, ଅମିତ ଶୁକ୍ଳା, ରାଜକପୁର ସାହୀ, ହୀରାଲାଲ ୟାଦବ ଏବଂ ବୃଜେଶ ତ୍ରିପାଠୀଙ୍କ ଭଳି ଅନ୍ୟ ଭୋଜପୁରୀ କଳାକାର ଫିଲ୍ମରେ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More