Only for Entertainment

ଭୂଲଭୂଲୈୟାଁ୨ରେ ରାଜକୁମାର ରାଓଙ୍କ ବଦଳରେ ନଜର ଆସିପାରନ୍ତି କାର୍ତ୍ତିକ ଆର‌୍ୟନ !

22

ସୁପରଷ୍ଟାର ଅକ୍ଷୟ କୁମାରଙ୍କ ଧମାକାଦାର ଫିଲ୍ମ ଭୂଲଭୂଲୈୟାଁ୨କୁ ନେଇ ଅନେକ ଦିନ ହେବ ଚର୍ଚ୍ଚାରେ ରହିଥିଲା ଏବଂ ଖବର ମୁତାବକ ଫିଲ୍ମର ଏକ ସିକ୍ୱେଲ ହେବ , ଯାହା ପାଇଁ ଅଭିନେତା ରାଜକୁମାର ରାଓଙ୍କ ନାଁ ସାମ୍ନାକୁ ଆସିଥିଲା । ଏବେ କାହାଣୀରେ ଭିନ୍ନ ମୋଡ ଆସିଛି, ଶୁଣିବାକୁ ମିଳିଛି ଯେ ଏହି ଫିଲ୍ମରେ ରାଜକୁମାର ରାଓ ନୁହଁନ୍ତି ବରଂ କାର୍ତ୍ତିକ ଆର‌୍ୟନ ଆସିବେ ନଜର । ଏହି ଖବରକୁ ନେଇ ଅନେକ ଚର୍ଚ୍ଚା ଚାଲିଛି କିନ୍ତୁ କୌଣସି ସ୍ପଷ୍ଟ ଖବର ଶୁଣିବାକୁ ମିଳିନାହିଁ ।
କାର୍ତ୍ତିକ ଆର‌୍ୟନ ଜଣେ ପରିଶ୍ରମୀ ଅଭିନେତା ଅଟନ୍ତି ଏବଂ ଏବେ ସମୟ ତାଙ୍କୁ ବହୁତ ସପୋର୍ଟ କରୁଛି । ନିକଟରେ ତାଙ୍କୁ ନେଇ କରଣ ଜୋହର ଫିଲ୍ମ ଦୋସ୍ତାନା୨ ପ୍ରସ୍ତୁତ କରିବେ । ଫିଲ୍ମରେ ମଧ୍ୟ କାର୍ତ୍ତିକ ଆର‌୍ୟନଙ୍କ ସହ ଜାହ୍ନବୀ କପୂରଙ୍କ ଯୋଡି ଦେଖିବାକୁ ମିଳିବ ।

ଏହାବ୍ୟତୀତ ଶେଷଥର ତାଙ୍କର ଫିଲ୍ମ ଲୁକାଛୁପି ରିଲିଜ ହୋଇଥିଲା , ଯାହା ସୁପରହିଟ ହୋଇଥିଲା ଏବଂ ଏହାକୁ ଲୋକମାନେ ଖୁବ ପସନ୍ଦ କରିଥିଲେ । ଏଥିରେ ତାଙ୍କ ସହ ନଜର ଆସିଥିଲେ କୃତି ସାନନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More