Only for Entertainment

କବୀର ସିଂ ପରେ ଚମକିଲା କିଆରାଙ୍କ ଭାଗ୍ୟ, ଖୁବ ଶୀଘ୍ର କାର୍ତ୍ତିକଙ୍କ ଅପୋଜିଟରେ ଆସିବେ ନଜର

DNA India
51

ଅକ୍ଷୟ କୁମାରଙ୍କ ଫିଲ୍ମ ଭୁଲ ଭୁଲେୟାର ସିକ୍ୱଲ ଖୁବ ଶୀଘ୍ର ନିର୍ମାଣ ହେବାକୁ ଯାଉଛି । ଅଭିନେତା କାର୍ତ୍ତିକ ଆର୍ୟନଙ୍କ ଫିଲ୍ମ ‘ଭୁଲ ଭୁଲେୟା ୨’ଲିଡ ଅଭିନେତା ଭାବେ ନଜର ଆସିବେ କିନ୍ତୁ ଫିଲ୍ମରେ କିଏ ଫିମେଲ ଲିଡରେ ନ ଜର ଆସିବେ ତାହା ଖୁବ ଚର୍ଚ୍ଚାରେ ଥିଲା । ଏବେ ମେ କର୍ସଙ୍କୁ କାର୍ତ୍ତିକଙ୍କ ପାଇଁ ହିରୋଇନ ମିଳିସାରିଛି । ଆଜ୍ଞା ହଁ ଫିଲ୍ମରେ କବୀର ସିଂ ଫେମ ଅଭିନେତ୍ରୀ କିଆରା ଆଡଭାଣୀ କାର୍ତ୍ତିକ ଆର୍ୟନଙ୍କ ଅପୋଜିଟରେ ନଜର ଆସିବେ ।

ଜଣାଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି । ଫିଲ୍ମରେ ପ୍ରଥମ ଥର ପାଇଁ କାର୍ତ୍ତିକ ଏବଂ କିଆରାଙ୍କୁ ପରଦାରେ ଦେଖିବାକୁ ମିଳିବ । ଦୁହିଁଙ୍କ ଯୋଡିକୁ ଦର୍ଶକ ଖୁବ ପ ସନ୍ଦ କରିବେ ବୋଲି ଆଶା କରାଯାଉଛି । ଫିଲ୍ମର ସୁଟିଂ ଅକ୍ଟୋବରରୁ ଆରମ୍ଭ ହେବ ।

ନିକଟରେ ‘ଭୁଲ ଭୁଲେୟା ୨’ର ପ୍ରଥମ ମୋଶନ ପୋଷ୍ଟର ରିଲିଜ କରାଯାଇଥିଲା । ପୋଷ୍ଟରରେ କାର୍ତ୍ତିକ ଭୁଲ ଭୁଲେୟାର ଅକ୍ଷୟ କୁମାରଙ୍କ ଅନ୍ଦାଜରେ ନଜର ଆସିଥିଲେ । ଅନୀସ ବାଜମୀ ଏହାର ନିର୍ଦ୍ଦେଶନା ଭାର ତୁଲାଇବେ । ଫିଲ୍ମକୁ ଭୁଷଣ କୁମାର, ମୁରାଦ ଖେତାନୀ ଏବଂ କିସନ କୁମାର ମିଳିତ ଭାବେ ପ୍ରଡୁସ କରିବେ । ଫିଲ୍ମ ୩୧ ଜୁଲାଇ ୨୦୧୦ରେ ପରଦାକୁ ଆସିବ ।

 

View this post on Instagram

 

Teri Aankhein Bhool Bhulaiyaa Baatein hai Bhool Bhulaiyaa ? #BhoolBhulaiyaa2 ?✌???

A post shared by KARTIK AARYAN (@kartikaaryan) on

ୱାର୍କଫ୍ରଣ୍ଟ ବିଷୟରେ କହିବାକୁ ଗଲେ କାର୍ତ୍ତିକ ଏହି ଫିଲ୍ମ ବ୍ୟତିତ ‘ପତି ପତ୍ନୀ ଔର ୱ’ ଏବଂ ‘ଦୋସ୍ତାନା ୨’ରେ ନଜର ଆସିବେ । ସେହିପରି କିଆରା ଖୁବଶୀଘ୍ର ଅକ୍ଷୟ କୁମାରଙ୍କ ଫିଲ୍ମ ଲକ୍ଷ୍ମୀ ବମରେ ଅକ୍ଷୟ କୁମାରଙ୍କ ସହିତ ନଜର ଆସିବେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More