Only for Entertainment

‘ପତି, ପତ୍ନୀ ଔର ୱୋ’ରୁ ତାପସୀ ପନ୍ନୁ ହେଲେ ଆଉଟ, ଏବେ ଏହି ଅଭିନେତ୍ରୀଙ୍କ ସହିତ ରୋମାନ୍ସ କରିବେ କାର୍ତ୍ତିକ ଆର୍ଯ୍ୟନ ।

Bollywoodlife
25

ଖବର ଶୁଣିବାକୁ ମିଳିଛି ଯେ, କାର୍ତ୍ତିକ ଆର୍ଯ୍ୟନଙ୍କ ଆଗାମୀ ଫିଲ୍ମ ‘ପତି, ପତ୍ନୀ େଓøର ୱୋ’ରୁ ତାପସୀ ପନ୍ନୁଙ୍କୁ ଆଉଟ କରିଦିଆଯାଇଛି । ଏହି ଖବରର ଖୁଲାସା ଖୋଦ ତାପସୀ କରିଥିଲେ । ଏହା ସହିତ ଏପରି ବାହାର କରିବାର କାରଣ ମଧ୍ୟ ମେକର୍ସଙ୍କୁ ପଚାରିଥିଲେ । ଏହା ପରେ ମେକର୍ସ ଷ୍ଟେଟମେଣ୍ଟ ଜାରି କରି କହିଥିଲେ ଯେ, ଫିଲ୍ମ ପାଇଁ ତାପସୀଙ୍କୁ କେବେ ସାଇନ କରାଯାଇନଥିଲା ।

ଫିଲ୍ମ ମେକର ନିଜ ବୟାନରେ କହିଥିଲେ ଫିଲ୍ମ ପାଇଁ ଅନେକ କଳାକାରଙ୍କ ସହିତ ଆଲୋଚନା ଜାରି ରହିଛି । କିନ୍ତୁ ଏପର୍ଯ୍ୟନ୍ତ କାହାକୁ ଫାଇନାଲ କରାଯାଇ ନାହିଁ । ତେଣୁ ଏହି କଳାକାରଙ୍କ ମଧ୍ୟରୁ ତାପସୀ ମଧ୍ୟ ଥିଲେ । ଏହା ସହିତ ମେକର୍ସ କହିଥିଲେ କାଷ୍ଟିଂ ଫାଇନାଲ ହେବା ପରେ ସମସ୍ତଙ୍କୁ ଜଣାଇ ଦିଆଯିବ ।

 

କିନ୍ତୁ ଏହି ସବୁ ଖବର ମଧ୍ୟରେ ଭୂମି ପେଡନେକର ଘୋଷଣା କରିଛନ୍ତି ଯେ ତାପସୀ ନୁହେଁ ବରଂ ସେ ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନଙ୍କ ପତ୍ନୀ ଭୂମିକାରେ ନଜର ଆସିବେ । ଭୂମି ପେଡନେକର ସୋସିଆଲ ମିଡିଆରେ ଫଟୋ ସାୟାର କରି ଏହି ବିଷୟରେ ସୂଚନା ଦେଇ ସାରିଛନ୍ତି ।
ଫଟୋରେ ଫିଲ୍ମର ପୂରା କାଷ୍ଟ ଅନନ୍ୟା ପାଣ୍ଡେ, ଭୂମି ଏବଂ କାର୍ତ୍ତିକ ନଜର ଆସିଛନ୍ତି । ଫିଲ୍ମରେ ଭୂମି କାର୍ତ୍ତିକଙ୍କ ପତ୍ନୀ ଭୂମିକାରେ ନଜର ଆସିବେ ଏବଂ ଅନନ୍ୟା ତାଙ୍କ ସେକ୍ରେଟାରୀ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More