Only for Entertainment

ଫିଲ୍ମରେ ଚରିତ୍ର ପାଇଁ ବିଗିଡ଼ି ଯାଇଛି ଏହି ଅଭିନେତ୍ରୀଙ୍କ ଚେହେରା ।

ndtv
35

ବଲିଉଡ ଅଭିନେତ୍ରୀଙ୍କ ମଧ୍ୟରେ ଭୂମି ପେଡନେକର ଜଣେ ଯିଏ ସମସ୍ତଙ୍କ ଠାରୁ କିଛି ଭିନ୍ନ କରିବାକୁ ଚାହାଁନ୍ତି । ଫିଲ୍ମ ସାଣ୍ଡ କି ଆଁଖ ସୁଟିଂ ସମୟରେ ପ୍ରୋସ୍ଥେଟିକ୍ସ କାରଣରୁ ତାଙ୍କର ଚେହେରାରୁ ଦାଗ ହୋଇଯାଇଛି । ଆମେ ସମସ୍ତେ ଜାଣୁ ଜଣେ ଅଭିନେତା ପାଇଁ ତା ଚେହେରା କେତେ ଦରକାରୀ । ତେବେ ଏତେ ପରେ ମଧ୍ୟ ଫିଲ୍ମ ସୁଟିଂରେ କୌଣସି ସମସ୍ୟା ନ ହେଉ ସେ ସୁଟିଂ ଜାରି ରଖିଲେ । କାରଣ ସେ ଚାହୁଁ ନଥିଲେ ନିର୍ଦ୍ଦେଶକ ତୁଷାର କପୁର ଏବଂ ଫିଲ୍ମ ନିର୍ମାତା ହୀରାନନ୍ଦନୀଙ୍କୁ କୌଣସି ସମସ୍ୟା ନ ହେଉ । ତେବେ ଏହା ଭଲ ହେବା ପାଇଁ ଡାକ୍ତର ତାଙ୍କୁ ପ୍ରାକୃତିକ ଉପାୟ ମଧ୍ୟ କହିଛନ୍ତି ।

ଖବର ଅନୁସାରେ ଭୂମି ପେଡନେକର ଏବଂ ତାପସୀ ପନ୍ନୁ ଫିଲ୍ମରେ ଦୁଇ ଭଉଣୀ ଚରିତ୍ରରେ ନଜର ଆସିବେ । ଭୂମିଙ୍କୁ ପ୍ରତିଦିନ ମେକଅପ ପାଇଁ ତିନି ଘଂଟା ସମୟ ଲାଗୁଛି । ତେବେ ଖରାରେ ୮ ଘଂଟା କାମ କରିବା ଦ୍ୱାରା ଭୂମିଙ୍କ ଚେହେରା ଜଳିଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More