Only for Entertainment

ପୁଣିଥରେ ପ୍ରେମ୍ ହୋଇ ପରଦାରେ ‘ଢିଙ୍ଗ ଚିକା’ କରିବାକୁ ଆସୁଛନ୍ତି ସଲମାନ ଖାନ, ନିର୍ମାଣ ହେବ ସୁପରହିଟ ଫିଲ୍ମ ‘ରେଡି’ର ସିକ୍ୱଲ ।

YouTube
0 27

ପୁଣିଥରେ ପ୍ରେମ ସମସ୍ତଙ୍କ ହୃଦୟରେ ରାଜ କରିବାକୁ ଆସୁଛି । ଏଠାରେ ଆମେ ପ୍ରେମ ଚୋପ୍ରାଙ୍କ ବିଷୟରେ ନୁହେଁ ପରଦାରେ ପ୍ରେମ ଭାବେ ନଜର ଆସୁଥିବା ସଲମାନ ଖାନଙ୍କ ବିଷୟରେ କହୁଛୁ । ଆଜ୍ଞା ହଁ ସଲମାନ ପୁଣିଥରେ ପ୍ରେମ୍ ହୋଇ ପରଦାକୁ ଫେରୁଛନ୍ତି । ‘ଭାରତ’ର ସୁଟିଂରେ ବ୍ୟସ୍ତ ଥିବା ସଲମାନଙ୍କୁ ନେଇ ଏବେ ଏକ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ୨୦୧୧ରେ ରିଲିଜ ହୋଇଥିବା ସଲମାନ ଖାନଙ୍କ ସୁପରହିଟ ଫିଲ୍ମ ‘ରେଡି’ର ସ୍ୱିକ୍ୱଲ ନିର୍ମାଣ ହେବାକୁ ଯାଉଛି ।

ready

ଫିଲ୍ମର ପ୍ରଡ୍ୟୁସର ଭୂଷଣ କୁମାର ଏବଂ ନିର୍ଦ୍ଦେଶକ ଅନୀସ ବଜ୍ମୀ ରେଡିର ସିକ୍ୱଲ ପାଇଁ ସଲମାନଙ୍କ ସହିତ ଆଲୋଚନା କରୁଛନ୍ତି । ରିପୋର୍ଟ ଅନୁସାରେ ଭୂଷଣ କୁମାର କହିଛନ୍ତି, ‘ଅତୁଲ ଅଗ୍ନୀହୋତ୍ରୀଙ୍କ ସହିତ ମୋର ପ୍ରଡକ୍ସନ କମ୍ପାନୀ ‘ଭାରତ’ର ସୁଟିଂ ଆରମ୍ଭ କରିଦେଇଛି । ଏବେ ଆମେ ସଲମାନ ଭାଇ ଏବଂ ଅନୀସ ଭାଇଙ୍କ ସହିତ ‘ରେଡି-୨’ ପାଇଁ ଆଲୋଚନା କରୁଛୁ । ଆମେ ସ୍କ୍ରିପ୍ଟ ଅପେକ୍ଷାରେ ରହିଛୁ ।’ କିନ୍ତୁ ଫିଲ୍ମରେ ସଲମାନଙ୍କ ବିପକ୍ଷରେ କେଉଁ ନାୟିକା ନଜର ଆସିବେ ତାହାର ଖୁଲାସା ହୋଇନାହିଁ ।

salman-khan-in-Ready

କହିରଖୁଛୁ ଯେ ଫିଲ୍ମରେ ‘ରେଡି’ରେ ସଲମାନଙ୍କ ସହିତ ଅସୀନ ନଜର ଆସିଥିଲେ । ଏବଂ ଫିଲ୍ମରେ ଦୁହିଁଙ୍କ ଯୋଡିକୁ ଦର୍ଶକ ଖୁବ ପସନ୍ଦ କରିଥିଲେ । ସଲମାନ ଙ୍କ ବିଷୟରେ କହିବାକୁ ଗଲେ ସଲମାନ ଏବେ ‘ଭାରତ’ର ସୁଟିଂରେ ବ୍ୟସ୍ତ ଅଛନ୍ତି । ଫିଲ୍ମରେ ତାଙ୍କ ବିପକ୍ଷରେ ପ୍ରିୟଙ୍କା ଚୋପ୍ରା ନଜର ଆସିବେ । ସଲମାନ ଏବଂ ପ୍ରିୟଙ୍କାଙ୍କ ବ୍ୟତିତ ଫିଲ୍ମରେ ଦିଶା ପଟାନୀଙ୍କୁ ମଧ୍ୟ ଦେଖିବାକୁ ମିଳିବ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More