Only for Entertainment

ସମାଜସେବୀ ଦୟା ବାଈଙ୍କ ବାୟୋପିକରେ ବିଦିତା ବାଗ୍‌

dailyhunt
0 27

କେନ୍ଦ୍ର ଭାରତର ବିଭିନ୍ନ ଅଞ୍ଚଳରେ ବାସ କରୁଥିବା ଜନଜାତି ବର୍ଗର ଉତ୍ଥାନ ପାଇଁ ଉଦ୍ୟମ ଜାରିରଖିଥିବା ସୁ-ପ୍ରସିଦ୍ଧ ସମାଜସେବୀ ଦୟା ବାଈଙ୍କ ଜୀବନୀ ଆଧାରରେ ଏକ ଫିଲ୍ମର ସୁଟି˚ ଚାଲିଛି। ଏଥିରେ ଦର୍ଶକେ ‘ଦୟା ବାଈ’ ଭୂମିକାରେ ଦେଖିବେ ବିଦିତା ବାଗଙ୍କୁ। ଏହା ବଙ୍ଗୀୟ ଅଭିନେତ୍ରୀ ବିଦିତାଙ୍କ ଚତୁର୍ଥ ହିନ୍ଦୀ ଫିଲ୍ମ। ଅଠସ୍ତରି ବର୍ଷ ବୟସ୍କା ଦୟା ବାଈ, କେରଳର ମୂଳ ବାସିନ୍ଦା। ତାଙ୍କର ମୂଳ ନାମ ମର୍ସି ମାଥ୍ୟୁ। ସେ ସମ୍ପ୍ରତି ମଧ୍ୟ ପ୍ରଦେଶ ଅନ୍ତର୍ଗତ ଛି˚ଦଵାଡ଼ା ଜିଲ୍ଲାର ବରୁଲ ଗ୍ରାମରେ ସେବା କାର୍ଯ୍ୟ କରୁଛନ୍ତି। ଷୋହଳ ବର୍ଷ ବୟସରେ ସେ ଘର ଛାଡ଼ି କିରସ୍ତାନ ସନ୍ନ୍ୟାସିନୀ ଜୀବନ ଆରମ୍ଭ କରିଥିଲେ। ବାଙ୍ଗ୍ଲାଦେଶ ଯୁଦ୍ଧ ବେଳେ ସେ ସେବା କାର୍ଯ୍ୟ କରିଥିଲେ।

ନର୍ମଦା ବଞ୍ଚାଅ ଆନ୍ଦୋଳନ’ରେ ଉଲ୍ଲେଖନୀୟ ସ˚ପୃକ୍ତି, ତାଙ୍କୁ ସର୍ବତ୍ର ପରିଚିତ କରାଇଥିଲା। ମଧ୍ୟ ପ୍ରଦେଶକୁ ଆସିବା ପୂର୍ବରୁ ବିହାର, ପଶ୍ଚିମ ବଙ୍ଗ, ହରିୟାଣା ଓ ମହାରାଷ୍ଟ୍ରରେ ସାଧାରଣ ଲୋକଙ୍କ ସେବାରେ ନିଜକୁ ନିୟୋଜିତ କରିଥିଲେ। ୨୦୦୭ରେ ପାଇଥିଲେ ‘ବନିତା ଓମ୍ୟାନ୍ ଅଫ୍ ଦ ଇଅର୍୨’ ପୁରସ୍କାର।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More