Only for Entertainment

ବଲିଉଡ ବାଜିରାଓ ରଣବୀର ସିଂଙ୍କୁ ବଲିଉଡ ସେହେନଶା ଅମିତାଭ ବଚ୍ଚନଙ୍କ ଖୋଲା ଚ୍ୟାଲେଞ୍ଜ ।

NDTV
0 56

ସୋସିଆଲ ମିଡିଆ ଇନଷ୍ଟାଗ୍ରାମରେ ଚ୍ୟାଲେଞ୍ଜ ଦେଇଛନ୍ତି ଅମିତାଭ ।ଅନ୍ୟପଟେ ବିଗ ବିଙ୍କ ଚ୍ୟାଲେଞ୍ଜର ଜବାବ ମଧ୍ୟ ରଖିଛନ୍ତି ରଣବୀର ।ତେବେ ଏହି ଚ୍ୟାଲେଞ୍ଜ ଦବା ନବା ମଧ୍ୟରେ ଦୁଇଷ୍ଟାରଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି ।ସବୁବେଳେ ଭଳିକିଭଳି ପୋଷାକ ସହ କ୍ୟାମେରା ସାମ୍ନାକୁ ଆସିଥାନ୍ତି ବଲିଉଡ ବାଜିରାଓ ରଣବୀର ସିଂ । ରାମ୍ପ ଶୋ ହେଉ କିମ୍ବା ଆୱାର୍ଡ ଶୋ,ରଣବୀର ପ୍ରାୟତଃ ନିଜ ପସନ୍ଦର ପୋଷାକ ପିନ୍ଧି ଚର୍ଚ୍ଚାରେ ରହିଥାନ୍ତି । ବଲିଉଡର ଏହି ହ୍ୟାଣ୍ଡସମ ଷ୍ଟାରଙ୍କ ଅଭିନୟ ଯେପରି ରଙ୍ଗିନ ରହିଥାଏ ଠିକ ସେହିପରି ତାଙ୍କ କଷ୍ଟ୍ୟୁମରେ ମଧ୍ୟ ରଙ୍ଗୀନ ମିଜାଜର ଝଲକ ଦେଖିବାକୁ ମିଳେ । ଏବେ ବଲିଉଡର ଏହି ୟଙ୍ଗ ଷ୍ଟାରଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇ ଚର୍ଚ୍ଚାରେ ଅମିତାଭ ବଚ୍ଚନ ।

This is the ultimate limit of excess .. ready to compete with Ranveer SINGH ..??

A post shared by Amitabh Bachchan (@amitabhbachchan) on


ନିକଟରେ ବିଗ ବି ନିଜର ଏକ ଫଟୋକୁ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ । ଯେଉଁଥିରେ ବିଗ ବି ରଙ୍ଗବେରଙ୍ଗର ପୋଷାକ ସହ ନୀଳ ରଙ୍ଗର ଚଷମା ପିନ୍ଧିଥିବା ଦେଖିବାକୁ ମିଳିଛି । ଏଥିସହ ଅମିତାଭ ଟୁଇଟ କରି ରଣବୀରଙ୍କ ଚ୍ୟାଲେଞ୍ଜ ଦେବା ଆଳରେ ଲେଖିଛନ୍ତି କି ଇଏ ଫ୍ୟାଶନର ଅନ୍ତିମ ସୀମା ।ଏବେ ମୁଁ ରଣବୀରଙ୍କୁ ଚ୍ୟାଲେଞ୍ଜ ଦେବା ପାଇଁ ପ୍ରସ୍ତୁତ ।ତେବେ ବଲିଉଡ ସେହେନଶାଙ୍କ ଚ୍ୟାଲେଞ୍ଜ ସାମ୍ନାରେ ନିଜ ହାର ମାନିଛନ୍ତି ରଣବୀର ।

ରଣବୀର ରିଟୁଇଟ କରି ଲେଖିଛନ୍ତି କି ନେଇ ମୁଁ ବିଗ ବିଙ୍କ ସହ କୌଣସି ପ୍ରକାର ପ୍ରତିଯୋଗିତା କରିବାକୁ ଅସମର୍ଥ ଓ ନିଜର ହାର ମାନୁଛି । ଫ୍ୟାନମାନେ ଜାଣନ୍ତି କି ବଲିଉଡ ଦୁନିଆର ଏହି ୨କଳାକାର ନିଜର ଅଭିନୟ ପାଇଁ ଯେତିକି ଖବରରେ ରହୁନ୍ତି ସେତିକି ଷ୍ଟାଇଲ ଷ୍ଟେଟମେଂଟ ପାଇଁ ମଧ୍ୟ ।

ତେବେ ରଣବୀରଙ୍କ ଅଭିନୟ ଓ ଷ୍ଟାଇଲ ଷ୍ଟେଟମେଂର ଜଣେ ବଡ ପ୍ରଂଶସକ ବୋଲି ପୂର୍ବରୁ ଏକାଧିକବାର ସ୍ୱିକାର କରିସାରିଛନ୍ତି ଅମିତାଭ ବଚ୍ଚନ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More