Only for Entertainment

କ୍ୟାଚ ଧରିବା ଚକ୍କରରେ ଚେହେରାରେ ଲାଗିଲା ବଲ , ବହିଲା ରକ୍ତ କିନ୍ତୁ ହସିଲେ ଖେଳାଳୀ , ଦେଖନ୍ତୁ ଭିଡିଓ !

48

ବିବିଏଲ ଘଟିଛି ଏଭଳି ଘଟଣା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିପକାଇବ । ମେଲବର୍ନ ରେନେଗେଡ୍ସ ଏବଂ ବ୍ରିିସ୍ବେନ ହିଟ ମଧ୍ୟରେ ମୁକାବିଲା ଚାଲିଥିଲା । ଯେଉଁଥିରେ ବେନ କଟିଂ ଫିଲ୍ଡିଂ କରୁଥିବା ସମୟରେ ଆଘାତ ପାଇଥିଲେ । ତାଙ୍କ ମୁଣ୍ଡରୁ ରକ୍ତ ବାହାରିବା ଆରମ୍ଭ ହୋଇଥିଲା , ମାତ୍ର ଗାଉଣ୍ଡରୁ ବାହାରିବା ସମୟରେ ଆଘାତ ହୋଇ ମଧ୍ୟ ହସୁଥିବାର ନଜର ଆସିଥିଲେ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ବ୍ରିସବେନ ହଟ ତରଫରୁ ଖେଳୁଥିଲେ ।

ବ୍ରିସବେନ ହିଟ ପ୍ରଥମେ ବ୍ୟାଟିଂ କରି ମେଲବର୍ଣ୍ଣକୁ ୧୪୫ ରନ ଟାର୍ଗେଟ ଦେଇଥିଲେ । ଯେଉଁଥିରେ ମେଲବର୍ଣ୍ଣ ସହଜରେ ଜିତିଯାଇଥିଲା । ମାତ୍ର ଏହି ଘଟଣା ପାଇଁ ବେନ କାଟିଂ ଚର୍ଚ୍ଚାରେ ରହିଛନ୍ତି ।

ପରେ ଷ୍ଟିଚ ହେଲା ପରେ ଗ୍ରାଉଣ୍ଡକୁ ଫେରିଥିଲେ ବେନ କାଟିଂ । ତାଙ୍କର ଆଘାତ ଲାଗିଥିଲା କିନ୍ତୁ ତାଙ୍କ ମୁହଁରେ ସେ କଷ୍ଟ ନଜର ଆସିନଥିଲା । ବେନ କାଟିଂ ଆଇପିଏଲ ଆଇପିଏଲରେ ମୁମ୍ବାଇ ଇଣ୍ଡିଆନ୍ସ ତରଫରୁ ଖେଳନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More