Only for Entertainment

ବିଗ ବସ ୧୩ ହୋଷ୍ଟ ପାଇଁ ସଲମାନ ନେବେ ଏତେ କୋଟି ଟଙ୍କା ।

29

ଟିଭିର ମୋଷ୍ଟ ପପୁଲାର ରିଆଲିଟି ଶୋ ବିଗବସ ସିଜନ ୧୨ ଦର୍ଶକଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ସାଜିଛି । ଶୋ ଆରମ୍ଭ ହେବା ପୂର୍ବରୁ ଶୋ’କୁ ନେଇ ଆସୁଛି ବିଭିନ୍ନ ଅପଡେଟସ । କେବେ କେବେ ଶୋ’ର ଲୋକେସନ ତ କେତେବେଳେ ପ୍ରତିଯୋଗୀଙ୍କ ନାମର ଲିଷ୍ଟ, ଆଉ କେତେବେଳେ ଶୋ’ର ଥିମ୍ । ସବୁଥର ଭଳି ଏହିଥର ମଧ୍ୟ ସଲମାନ ଏହି ରିଆଲିଟି ଶୋ ହୋଷ୍ଟ କରିବେ । ତେବେ ସଲମାନଙ୍କ ହୋଷ୍ଟ କରିବାକୁ ନେଇ ଆସିଛି ଖାସ ଖବର । ପ୍ରତିଥର ଭଳି ଏଥର ମଧ୍ୟ ସଲମାନ ନେବେ ମୋଟା ରକମ । ଯାହା ପ୍ରଥମ ସିଜନ ଅପେକ୍ଷା ଯଥେଷ୍ଟ ଅଧିକ ।

ନୂଆ ରିପୋର୍ଟ ଅନୁସାରେ ଏହି ବର୍ଷ ସଲମାନଙ୍କୁ ଶୋ ପାଇଁ ମିଳୁଛି ବଡ଼ ବଜେଟ । କୁହାଯାଉଛି ପ୍ରତି ଏପିସୋଡ ପାଇଁ ସଲମାନ ନେବେ ୧୩ କୋଟି ଟଙ୍କା । ଶୋ’ରେ ୧୩ଟି ୱିକେଣ୍ଡ ହେବ । ଏହି ହିସାବରେ ସଲମାନ ନେବେ ୪୦୩ କୋଟି ଟଙ୍କା ।

ଖବର ଅନୁସାରେ ଗତବର୍ଷ ଗୋଟିଏ ଏପିସୋଡ ପାଇଁ ସଲମାନ ୧୩ରୁ ୧୪ କୋଟି ଟଙ୍କା ନେଉଥିଲେ । ସିଜନ ୧୧ ରେ ସଲମାନ ଏପିସୋଡ ପିଛା ୧୧ କୋଟି ନେଉଥିଲେ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More