Only for Entertainment

ଏସ ଅଫ ସ୍ପେସ ଟୁ’ରେ ଦୁର୍ଘଟଣା, ଟାସ୍କ ସମୟରେ ଆଘାତ ପାଇଲେ ଦୀପକ ଠାକୁର

aajtak
21

ମାଷ୍ଟରମାଇଣ୍ଡ ବିକାଶ ଗୁପ୍ତାଙ୍କ ଶୋ ଏସ ଅଫ ସ୍ପେସ ଏବେ ଚର୍ଚ୍ଚାରେ । ଶୋ’ରେ ବିଗବସ ୧୨ରେ ନଜର ଆସିଥିବା ବିହାରୀ ବାବୁ ଦୀପକ ଠାକୁର ନଜର ଆସିଛନ୍ତି । ଏହା ଦୀପକଙ୍କ ଦ୍ୱିତୀୟ ରିଆଲିଟି ଶୋ । କିନ୍ତୁ ଦୀପକ ଠାକୁରଙ୍କ ଫ୍ୟାନ୍ସଙ୍କ ପାଇଁ ରହିଛି ଏକ ଖରାପ ଖବର । ବାସ୍ତବରେ ଶୋ ‘ଏସ ଅଫ ସ୍ପେସ’ରେ ଦୀପକ ଆଘାତ ପାଇଛନ୍ତି । ଯାହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଛି ।

ଖବର ଅନୁସାରେ ଦୀପକଙ୍କ କାନ୍ଧରେ ଆଘାତ ଲାଗିଛି । ଶୋ’ରେ ଦ୍ୱିତୀୟ ଟାସ୍କ ପର୍ଫମ କରୁଥିବା ସମୟରେ ଏଭଳି ଦୁର୍ଘଟଣା ଘଟିଛି । କହିରଖୁଛୁ ଏହି ଘଟଣା ପରେ ତୁରନ୍ତ ଟାସ୍କକୁ ବନ୍ଦ କରି ଦିଆଗଲା ।

 

କେବଳ ଦୀପକ ନୁହଁନ୍ତି ଏହା ପୂର୍ବରୁ କ୍ରିଷ୍ଣାଙ୍କୁ ମଧ୍ୟ ଆସ୍ଥମା ଆଟାକ ଆସିଥିଲା ।ଅବଶ୍ୟ କ୍ରିଷ୍ଣା ଏବେ ଠିକ ଅଛନ୍ତି, କିନ୍ତୁ ସେ ଶୋ ଛାଡ଼ିବା ପାଇଁ ଚାହୁଁଛନ୍ତି । କହିରଖୁଛୁ ବିକାଶ ଗୁପ୍ତାଙ୍କ ଏହି ଶୋ ପ୍ରତି ସଂଧ୍ୟା ୬ଟାରେ ଏମଟିଭିରେ ପ୍ରସାରିତ ହେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More