Only for Entertainment

ଦେଖନ୍ତୁ ବିଶାଳକାୟ ପତ୍ରକୋବିର ଫଟୋ. ଦୁଇ ସପ୍ତାହ ପର୍ଯ୍ୟନ୍ତ ରଖି ଏହାକୁ ଖାଇପାରିବେ ଗୋଟେ ପରିବାର !

48

ମଣିଷ ନିଜ ପରିଶ୍ରମରେ କୌଣସି କାମ ତୁଲାଇ ପାରିବ ଏବଂ ସଫଳତା ମଧ୍ୟ ପାଇଥାଏ । ନହୋଇପାରୁଥିବା କାମକୁ ମଧ୍ୟ ମଣିଷ ଚାହିଁଲେ ନିଜ ଚେଷ୍ଟାରେ ସବୁକିଛି ତୁଲାଇ ପାରିବ । ଅଷ୍ଟ୍ରେଲିଆରେ ରହୁଥିବା ଯୋଡି ରୋଜମେରି ନରବୁଡ ଏବଂ ତାଙ୍କ ସ୍ୱାମୀ ସିନ କେଡମେନ କିଛି ଏଭଳି କରି ଦେଖାଇଛନ୍ତି,ଯାହା ଦେଖି ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ପତ୍ରକୋବି ଏତେ ବଡ ହୋଇଛି ଯେ ଏହାକୁ ଏକ ପରିବାର ୨ସପ୍ତାହ ପର୍ଯ୍ୟନ୍ତ ରଖି ଖାଇପାରିବ ।

ଦୁହିଁଙ୍କ ଦିନରାତିର ପରିଶ୍ରମ ଫଳ ସ୍ୱରୁପ ଏହା ମିଳିଛି । ପରିଶ୍ରମ କରି ଦୁହେଁ ନିଜ ବଗିଚାରେ ପତ୍ରକୋବି ଚାଷ କରିଥିଲେ । ଏହି କୋବିକୁ ଦେଖି ଆପଣ କହି ପାରିବେ ଯେ ଏହାର ଆକାର କୌଣସି ମଣିଷ ଠାରୁ କମ ନୁହେଁ । ଅଷ୍ଟ୍ରେଲିଆର ଜାକିଜ ମାର୍ଶରେ ଦୁହେଁ ରହୁଛନ୍ତି । ପୁର୍ବ ବର୍ଷ ଅପ୍ରେଲ ମାସରେ ଦୁହେଁ ନିଜ ଇକୋ ଟୁରିଜମ ଗେଷ୍ଟ ହାଉସରେ ବିଶାଳକାୟ ପରିବା ଚାଷ କରିବା ପାଇଁ ଭାବିଥିଲେ ।

ଦୁହେଁ ୯ମାସ ହେବ ପରିବା ଚାଷ କରୁଛନ୍ତି । ଏହି ପତ୍ରକୋବିକୁ ବଡ ଆକାର ଦେବା ଲାଗି ସମୟ ସମୟରେ ପାଣି ଦେଉଥିଲେ ଏବଂ ଖାଦ୍ୟ ମଧ୍ୟ ଦେଉଥିଲେ । ତେବେ ଦୁହିଁଙ୍କ କଠିନ ପରିଶ୍ରମ ଏକ ନୂଆ ରଂଗ ଆଣି ଦେଇଛି , ଯାହାର ଫଳସ୍ୱରୂପ ପତ୍ରକୋବି ଏତେ ବଡ ହୋଇପାରିଛି । ଆପଣ ଏଠାରେ ଏକ ଫଟୋରେ ଦେଖିପାରୁଥିବେ ମହିଳା ଜଣଙ୍କୁ ଏକା ଏହି ପତ୍ରକୋବିକୁ ଉଠାଇବା ପାଇଁ କେତେ କଷ୍ଟ କରିବାକୁ ପଡୁଛି । ଏହି ପତ୍ରକୋବିର ଓଜନ ମଧ୍ୟ ବହୁତ ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More