Only for Entertainment

ଇରଫାନ ଖାନ ଆରମ୍ଭ କଲେ ‘ଇଂଗ୍ରାଜୀ ମିଡିଅମ’ର ସୁଟିଂ, ସେଟରୁ ସାମ୍ନାକୁ ଆସିଲା ପ୍ରଥମ ଫଟୋ

taran adarsh twitter
25

ବଲିଉଡ ଅଭିନେତା ଇରଫାନ ଖାନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଅଭିନେତା ଇରଫାନ ଖାନ ନିଜର ଆଗାମୀ ଫିଲ୍ମ ‘ଇଂଗ୍ରାଜୀ ମିଡିଅମ’ର ସୁଟିଂ ଆରମ୍ଭ ଆଜି ଠାରୁ ଅର୍ଥାତା ୫ ଏପ୍ରିଲରୁ ଆରମ୍ଭ କରିଛନ୍ତି । ଫିଲ୍ମର ସୁଟିଂ ସେଟର ପ୍ରଥମ ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଫଟୋରେ ଇରଫାନ ଖାନ ‘ଇଂଗ୍ରାଜୀ ମିଡିଅମ’ରେ କାମ କରୁୁଥିବା ଦୀପକ ଡୋବରିୟାଲ ଏବଂ ନିର୍ମାତା ଦିନେଶ ବିଜନଙ୍କ ସହିତ ନଜର ଆସିଛନ୍ତି ।

ଜଣା –ଶୁଣା ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶ ଟ୍ୱିଟ କରି ଫିଲ୍ମର ପ୍ରଥମ ଫଟୋ ସେୟାର କରି ଏହି ବିଷୟରେ ସୂଚନା ଦେଇଥିଲେ । ଟ୍ୱିଟ କରି ସେ ଲେଖିଥିଲେ- ‘ଇରଫାନ ଖାନ ଇଂଗ୍ରାଜୀ ମିଡିଅମର ସୁଟିଂ ଉଦୟପୁରରେ ଆରମ୍ଭ କରିଛନ୍ତି । ଏହାର ନିର୍ଦ୍ଦେଶନା ହେବେ ହୋମୀ ଅଡଜାନିଆ ଏବଂ ଦିନେଶ ବିଜନ ଏହାକୁ ପ୍ରଡ୍ୟୁସ କରିବେ । ଉଦୟପୁର ସିଡ୍ୟୁଲ ପୁରା ଦେବା ପରେ ଇଂଗ୍ରାଜୀ ମିଡିଅମର ସୁଟିଂ ଲଂଣ୍ଡନରେ ହେବ । ଏହା ଇରଫାନ ଖାନଙ୍କ ସୁପରହିଟ ଫିଲ୍ମ ହିନ୍ଦୀ ମିଡିଅମର ସିକ୍ୱଲ । ଯାହର କାହଣୀ ଏକଦମ ନୂଆ ।’

ଫିଲ୍ମରେ ଇନରଫାନ ଖାନଙ୍କ ବ୍ୟତିତ ରାଧିକା ମଦାନ ଏବଂ କରୀନା କପୁର ଖାନ ନଜର ଆସିବେ ବୋଲି ଶୁଣିବାକୁ ମିଳୁଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More