Only for Entertainment

ଅକ୍ଷୟ କୁମାରଙ୍କ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ ନଜର ଆସିବେ କ୍ରିତି ସାନନ !

DNA India
34

ବଲିଉଡ ଅଭିନେତ୍ରୀ କୃତି ସାନନଙ୍କ ଏବେ ନିଜର ଫିଲ୍ମକୁ ନେଇ ଖୁବ ବ୍ୟସ୍ତ ଅଛନ୍ତି । ଗୋଟିଏ ପରେ ଗୋଟିଏ ଫିଲ୍ମ ତାଙ୍କ ହାତକୁ ଆସୁଛି ଏବଂ ତାଙ୍କର ପ୍ରତ୍ୟେକ ଫିଲ୍ମ ବକିସ ଅଫିସରେ ହିଟ ହେବାରେ ଲାଗିଛି । ଏବେ କ୍ରିତିଙ୍କୁ ନେଇ ଏ କ ନୂଆ ଖବର ସାମ୍ନାକୁ ଆସିଛି ।

ଖବର ଅନୁସାରେ ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବଚ୍ଚନ ପାଣ୍ଡେ’ରେ କୃତି ନଜର ଆସିପାରନ୍ତି । ମେକର୍ସ ସେଥିପାଇଁ କୃତିଙ୍କ ସହିତ ଆଲୋଚନା କରୁଛନ୍ତି । ଯଦି ସବୁ କିଛଠି ଠିକ ରୁହେ ତେବେ କୃତି ପୁଣି ଥରେ ଅକ୍ଷୟଙ୍କ ସହିତ ପୁଣିଥରେ ସ୍କ୍ରିନ ସେୟାର କରିବେ । ଏହା ସହିତ କୃତି ଖୁବ ଶୀଘ୍ର ଅକ୍ଷୟଙ୍କ ସହିତ ‘ହାଉସଫୁଲ ୪’ରେ ନଜର ଆସିବେ ।

ନିକଟରେ ଫିଲ୍ମର ପ୍ରଥମ ପୋଷ୍ଟର ରିଲିଜ ହୋଇଛି । ପୋଷ୍ଟରରେ ଅକ୍ଷୟ ଭିନ୍ନ ଅବତାରରେ ନଜର ଆସିଛନ୍ତି । ଅକ୍ଷୟ ଲୁଙ୍ଗି ସହିତ ମୁଣ୍ଡରେ ଚିତା ବେକରେ ମାଳି ପକାଇଥିବା ପୋଷ୍ଟରରେ ଦେଖିବାକୁ ମିଳିଛି । ଫିଲ୍ମର ନାମ ପ୍ରଥମେ ଲ୍ୟାଣ୍ଡ ଅଫ ଲୁଙ୍ଗି ରଖାଯାଇଥିଲା ପରେ ଏହାର ନାମକୁ ପରିବର୍ତ୍ତନ କରି ‘ବଚ୍ଚନ ପାଣ୍ଡେ’ କରାଯାଇଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More