Only for Entertainment

ସଂଜୟ ଦତ୍ତଙ୍କ ଆଗାମୀ ଫିଲ୍ମ ‘ପାନିପତ’ର ସୁଟିଂକୁ ନେଇ ବଡ ଘୋଷଣା…

zee news
0 50

ବଲିଉଡରେ ଏବେ ସଂଜୟ ଦତ୍ତଙ୍କ ବାୟୋପିକ ‘ସଂଜୁ’ କୁ ନେଇ ଖୁବ ଚର୍ଚ୍ଚା ହେଉଛି । ଇତି ମଧ୍ୟରେ ଅଭିନେତା ସଂଜୟ ଦତ୍ତଙ୍କ ବିଷୟରେ ଏକ ବଡ ଖବର ଶୁଣିବାକୁ ମିଳିଛି । ସଂଜୟ ଦତ୍ତଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ପାନିପତ’ର ସୁଟିଂ ସମୟ ଧାର୍ଯ୍ୟ କରାଯାଇଛି । ଫିଲ୍ମର ନିର୍ଦ୍ଦେଶକ ଆଶୁତୋଷ ଗୋୱାରିକର ଟ୍ୱିଟ କରି ଏହାର ସୂଚନା ଦେଇଛନ୍ତି ।


ସଂଜୟ ଦତ୍ତଙ୍କ ଏହି ଆଗାମୀ ଫିଲ୍ମ ଏକ ପିରିୟଡିକ ଡ୍ରାମା । ଫିଲ୍ମର ନାମ ଅନୁସାରେ ଏହାର କାହାଣୀ ପାନିପତ ଯୁଦ୍ଧ ଉପରେ ଆଧାରିତ । ନିକଟରେ ଖବର ଶୁଣିବାକୁ ମିଳିଥିଲା ଯେ ଫିଲ୍ମର ସୁଟିଂ ଆରମ୍ଭ ହୋଇସାରିଛି । ସୁଟିଂ ଆରମ୍ଭରୁ ପୂଜା ବେଳର କିଛି ଫଟୋ ମଧ୍ୟ ଖୁବ ଚର୍ଚ୍ଚାରେ ରହିଥିଲା । କିନ୍ତୁ ଏବେ ଶୁଣିବାକୁ ମିଳୁଛି କିଛି କାରଣରୁ ଫିଲ୍ମର ସୁଟିଂ ଆରମ୍ଭ ହୋଇନାହିଁ । ଏହା ସହିତ ଫିଲ୍ମର ନିର୍ଦ୍ଦେଶକ ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଫିଲ୍ମର ସୁଟିଂ ନଭେମ୍ବରରୁ ଆରମ୍ଭ ହେବ ।

କହିରଖୁଛୁ ଯେ ଫିଲ୍ମ ‘ପାନିପତ’ରେ ସଂଜୟ ଦତ୍ତଙ୍କ ବ୍ୟତିତ ଅର୍ଜୁନ କପୁର ଏବଂ କୃତି ସାନନ ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମ ୬ ଡିସେମ୍ବର ୨୦୧୯ରେ ରିଲିଜ ହେବାର ସଂଭାବନା ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More