Only for Entertainment

୨୦ ବର୍ଷ ପରେ ଫେରିବ ସଲମାନ-ଐଶଙ୍କ ଯୋଡ଼ି?

DNA India
129

ସଲମାନ ଏବଂ ଐଶଙ୍କ ମଧ୍ୟରେ ହୋଇଥିବା ପ୍ରେମ ଏବଂ ଏହା ପରର ବିବାଦ ବିଷୟରେ ସମସ୍ତେ ଜାଣନ୍ତି । ଦୁଇଜଣଙ୍କ ଜୀବନରେ ପ୍ରେମ ଏକ ଝଡ଼ ହୋଇ ଆସିଥିଲା । ଯାହା ପରେ ମିଡିଆରେ ବିଭିନ୍ନ ଚର୍ଚ୍ଚା ହେବାକୁ ଲାଗିଲା । କିନ୍ତୁ ପରବର୍ତ୍ତୀ ମୁହୂର୍ତ୍ତରେ ଦୁଇଜଣ ଅଲଗା ହୋଇ ଯାଇଥିଲେ ଏବଂ ଐଶ ଅଭିଷେକଙ୍କୁ ବିବାହ କରି ଦେଇଥିଲେ । ତେବେ ଦୁଇଜଣଙ୍କୁ ଦୀର୍ଘ ୨୦ ବର୍ଷ ହେବ ପରଦାରେ ଦେଖିବାର ସୁଯୋଗ ପାଇ ନାହାଁନ୍ତି ଦର୍ଶକ । ଖବର ମୁତାବକ ସଂଜୟ ଲୀଲା ଭଂସାଲୀଙ୍କ ରୋମାଂଟିକ ପ୍ରକଳ୍ପରେ ଦୁଇଜଣ ଏକା ସାଙ୍ଗରେ ନଜର ଆସିପାରନ୍ତି ।

ଫିଲ୍ମର ନାମ ‘ଦିଲ ଦେ ଚୁକେ ସନମ ଟୁ’ ବୋଲି କୁହାଯାଉଛି । ଫିଲ୍ମର ଟାଇଟଲର ଆନୁଷ୍ଠାନିକ ଘୋଷଣା ହୋଇନାହିଁ । ଏହି ଫିଲ୍ମରେ ଫିମେଲ ଅଭିନେତ୍ରୀଙ୍କ କାଷ୍ଟିଂଙ୍କୁ ନେଇ ସନ୍ଦେହ ଜାରି ରହିଛି । ଖବର ଅନୁସାରେ ସଲମାନ ଫିଲ୍ମରେ ତାଙ୍କ ବିପରୀତରେ କ୍ୟାଟ୍ରିନା କୈଫଙ୍କୁ ଚାହୁଁଛନ୍ତି, କିନ୍ତୁ ଏଥିରେ ରାଜି ନାହାଁନ୍ତି ଭଂସାଲୀ ।

ପିଙ୍କଭିଲାର ରିପୋର୍ଟ ଅନୁସାରେ ସଲମାନ କ୍ୟାଟ୍ରିନାଙ୍କ ନାମ ନେଉଥିବା ବେଳେ ଭଂସାଲୀ ଦୀପିକାଙ୍କ ନାମ ନେଉଛନ୍ତି । କାରଣ ସେମାନେ ଏକା ସାଙ୍ଗରେ ଏକାଧିକ ଫିଲ୍ମରେ କାମ କରିଛନ୍ତି । ତେବେ ଫିଲ୍ମର ନାୟିକା କିଏ ହେବ ତାହା ଦେଖିବା ବାକି ରହିଲା ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More