Only for Entertainment

ଅନୁପ ଜଲୋଟା- ଜସଲିନଙ୍କ ସମ୍ପର୍କରେ ଲାଗିଲା ନଜର, ଭଜନ ସମ୍ରାଟ କହିଲେ ଏବେ ଆମର ସମ୍ପର୍କ ଶେଷ ।

India Today
36

ଟିଭିର ବିବାଦୀୟ ଶୋ’ ବିଗ ବସ-୧୨ ଏବେ ନୂଆ ନୂଆ ଟ୍ୱିଷ୍ଟ ଦେଖିବାକୁ ମିଳିଛି । ଶୋ’ର ବହୁ ଚର୍ଚ୍ଚାରେ ଥିବା ଅନୁପ ଜଲୋଟା ଏବଂ ଜସଲିନ ମଥାରୁଙ୍କ ଯୋଡିକୁ ଏବେ ସତେ କାହାର ନଜର ଲାଗିଯାଇଛି । ସିଜିନ ଆରମ୍ଭରୁ ଏପର୍ଯ୍ୟନ୍ତ ଦୁହିଁଙ୍କୁ ହସି ଖେଳୁଥିବାର ଦେଖିବାକୁ ମିଳିଥିବା ବେଳେ ଦର୍ଶକ ମଧ୍ୟ ତାଙ୍କୁ ପସନ୍ଦ କରୁଛନ୍ତି । କିନ୍ତୁ ସୋମବାର ହୋଇଥିବା ନୋମିନେସନ ଟାକ୍ସ ପରେ ଦୁହିଁଙ୍କ ସମ୍ପର୍କରେ ଫାଟ ଦେଖିବାକୁ ମିଳିଛି । ଟାକ୍ସରେ ଜସଲିନଙ୍କୁ ତାଙ୍କର ସବୁ ପୋଷାକ ଏବଂ ମେକଅପ ସାମଗ୍ରୀକୁ ବିଗ ବସଙ୍କୁ ଦେବା ପାଇଁ କୁହାଯାିଥିଲା ଏହା ବଦଳରେ ଅନୁପ ଜଲୋଟା ବନ୍ଦୀରୁ ମୁକ୍ତ ହୋଇଥାନ୍ତେ । ତେବେ ଜସଲିନ ଏପରି ନ କରିବାରୁ ଅନୁପଙ୍କ ହୃଦୟ ଭାଙ୍ଗି ଯାଇଥିଲା ।

 

ଶୋ’ର ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଅନୁପ ଜଲୋଟା ନିଜ କଷ୍ଟକୁ କହୁଥିବାର ଦେଖିବାକୁ ମିଳିଛି । ଭିଡିଓରେ ସେ କହିଛନ୍ତି, ‘ସମସ୍ତ ମେମ୍ବରଙ୍କ ସାମ୍ନାରେ କହିବାକୁ ଚାହେଁ କାଲି ଜସଲିନ ଯେଉଁପରି ଭାବେ ଟାକ୍ସ ଖେଳିଲେ ମୋତେ ବହୁତ ଖରାପ ଲାଗିଲା । ସେ ନିଜ ପୋଷାକ, ମେକଅପ ମାମଗ୍ରୀ ପ୍ରତି ନିଜର ଭଲପାଇବା ଦର୍ଶାଇଲେ । ସେଥିପାଇଁ ମୁଁ ଏ ଯୋଡିକୁ ଭାଙ୍ଗିବା ପାଇଁ ଚାହେଁ । ମୁଁ ଏବେ ସିଙ୍ଗିଲ ହୋଇ ଖେଳିବି ।‘

 

 

View this post on Instagram

 

Kya Aap chahte h y jodi toot jaye? . .. ?LIKE ?COMMENT ?TAG YOUR FRIENDS @BIGBOSS12.2018 ➖➖➖➖➖➖➖➖➖➖➖➖ Follow us for latest updates @BIGBOSS12.2018 Tag a bigboss lover!!! Follow this page for more updates… A bigboss fan ➖➖➖➖➖➖➖➖➖➖➖➖➖ #bigboss12 #bigboss #biggboss12 #instagood #instagirly #bigbosstwelve #bigbossseason12 #salmankhan #beingsalmankhan #biggboss2018 #hinakhan #bb12 @bigboss12.2018 #sabakhan #somikhan #srishtyrode #romilChaudhary #nehapendse #kritiverma #roshmibanik #deepakthakur #urvashivani #surbhirana #dipikakakar #karanvirbohra #anupjalota #jasleenmatharu #sreesanth #shivashishmishra #tiktokindia #sourabhpatel

A post shared by Bigboss Season 12 (@bigboss12.2018) on

ଏହାକୁ ନେଇ ଜସଲିନ ପଚାରିବାରୁ ସେ କହିଥିଲେ ଏପରି ଟାକ୍ସରେ ମଣିଷର ଗଭୀରତା ଜଣାପଡିଥାଏ । ମୋତେ ଯଦି ଏହା କହାଯାଇଥାନ୍ତା ତେବେ ମୁଁ ସବୁ ଆଣିକି ରଖିଦେଇଥାନ୍ତି । ମୁଁ ଏହି ଯୋଡି ଭାଙ୍ଗିବା ପାଇଁ ଚାହେଁ । ଟାକ୍ସରେ କେବଳ ପୋଷାକ ଦେବା ପାଇଁ କୁହାଯାଇଥିଲା ଜୀବନ ଦେବାକୁ ନୁହେଁ । ତେବେ ଦେଖିବାକୁ ବାକି ରହିଲା ଏହି ଟ୍ୱିଷ୍ଟ କେଉଁ ମୋଡ ନେଉଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More