Only for Entertainment

ଅନୁପ ଜଲୋଟା ବିଗବସ ଘରୁ ବାହାରକୁ ଯାଉ ଯାଉ ଜସଲିନଙ୍କର ବଦଳିଲା ଅନ୍ଦାଜ, ଶିବାଶିଷଙ୍କ ସହ ହେଲେ ନିକଟତର !

ndtv
40

ବିବାଦୀୟ ସିରିଅଲ ବିଗବସ୧୨’ର ମୋଷ୍ଟ ହାପେନିଂ ଯୋଡି ଅନୁପ ଜଲୋଟା ଏବଂ ଜସଲିନ ମଥାରୁ ଏବେ ଅଲଗା ଅଲଗା ହୋଇଯାଇଛନ୍ତି । ଆଜ୍ଞା ହଁ, ୱିକେଣ୍ଡ କି ବାରରେ ସଲମାନ ଖାନ କହିଥିଲେ ଯେ ଜନତା କି ଭୋଟରେ ସବୁଠାରୁ କମ ଭୋଟ ଅନୁପ ଜଲୋଟା ଏବଂ ଜସଲିନ ମଥାରୁ ଙ୍କୁ ମିଳିଥିଲା । ଏହାପରେ ସଲମାନ କହିଥିଲେ ଯେ ଦୁହିଁଙ୍କ ମଧ୍ୟରୁ କେହି ଜଣେ ରହିବ ବିଗବସ ଘରେ । ତେବେ ଏହି ନିଷ୍ପତ୍ତିରେ ଅନୁପ କହିଥିଲେ ଯେ ସେ ଜସଲିନଙ୍କୁ ଘରେ ଦେଖିବାକୁ ଚାହାନ୍ତି ଏବଂ ଏହିକାରଣରୁ ସେ ନିଜେ ଘରୁ ବାହାରି ଯାଇଛନ୍ତି । ଏହା ଦେଖି କରଣ ବୋହରା ଖୁବ କାନ୍ଦିଥିଲେ । ମାତ୍ର ଅନୁପ ଘରୁ ବାହାରକୁ ନ ଯାଇ ସିକ୍ରେଟ ରୁମକୁ ଯାଇଛନ୍ତି, ଯେଉଁଠାରେ ତାଙ୍କୁ ଜସଲିନଙ୍କ ଅସଲ ଚେହେରା ଦେଖିବାକୁ ମିଳିଛି ।

ଅନୁପ ସିକ୍ରେଟ ରୁମରେ ବିଗବସ ହାଉସର ସବୁ କିଛି ଦେଖୁଛନ୍ତି, ଯାହା ତାଙ୍କୁ ଖୁବ ଆଘାତ ଲାଗିଛି । ଜସଲିନ ଶିବାଶିଷଙ୍କ ସହ କିଛି ଅଧିକ କ୍ଲୋଜ ହେବାକୁ ଲାଗିଛନ୍ତି । କେବଳ ସେତିକି ନୁହେଁ ସେ ଶିବାଶିଷଙ୍କୁ କହିଛନ୍ତି ଯେ ସେ ଏବେ ସିଙ୍ଗଲ, ଏହାପରେ ତାଙ୍କର କପଡାକୁ ନେଇ ଥିବା ଷ୍ଟ୍ରେସ ବିଷୟରେ କହିଛନ୍ତି । କାରଣ ସେ ଘରୁ ବାହାରକୁ ଯିବା ଲାଗି ପ୍ୟାକିଂ କରି ସାରିଥିଲେ । ଏହା ଦେଖି ଅନୁପ ଜସଲିନଙ୍କୁ ତାଙ୍କ ପାଇଁ ଟିକେ ଷ୍ଟ୍ରେସ ନେବା କଥା କହିଛନ୍ତି ।

ଅନୁପ ଜଲୋଟାଙ୍କୁ ଏହିଭଳି ଅନେକ କିଛି ଦେଖିବାକୁ ମିଳିଛି , କେବଳ ସେତିିକି ନୁହେଁ ଶିବାଶିଷ ଏବଂ ଜସଲିନ ଗୋଟେ ପ୍ଲେଟରେ ଖାଉଥିବାର ମଧ୍ୟ ନଜର ଆସିଛନ୍ତି । ତେବେ ଆଜିର ଏପିସୋଡ ଅନୁପଙ୍କ ଆଖି ଖୋଲିବା ପାଇଁ ରହିଛି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More