Only for Entertainment

ବିଗ ବସ-୧୨ : ଆଧାର କାର୍ଡ ଡାଇଲଗ ପାଇଁ ସୋସିଆଲ ମିଡିଆରେ ଛାଇଲେ ଦୀପକ ଠାକୁର, ରାତାରାତି ଟ୍ୱିଟରରେ କଲେ ଟ୍ରେଣ୍ଡ ।

ndtv
0 35

ବିଗ ବସ-୧୨ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ବିଗ ବସ ଆରମ୍ଭ ହେଉ ହେଉ ଜଣେ କମନର୍ସ ପ୍ରତିଯୋଗୀ କିଛି ମିନିଟରେ ଲକ୍ଷ ଲକ୍ଷ ଫ୍ୟାନ୍ସ ବନାଇ ପାରିଛନ୍ତି । ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ବିହାର ମୁଜଫରପୁର ଗାୟକ ଦୀପକ ଠାକୁର । ଦୀପକ ନିଜର ସରଳ କଥା ଏବଂ ମଜାକିଆ ଅନ୍ଦାଜରେ ପ୍ରଥମ ଏପିସୋଡରେ ହିଁ ଦର୍ଶକଙ୍କ ହୃଦୟ ଜିତି ନେଇଛନ୍ତି । ବିଗ ବସ-୧୨ରେ ଦୀପକ ନିଜର ବାନ୍ଧବୀ ଉର୍ବଶୀ ବାଣୀଙ୍କ ସହିତ ଯୋଡି ଭାବରେ ଆସିଛନ୍ତି ।

ବିଗ ବସ ଘରେ ଏଣ୍ଟ୍ରି କରିବା ପରେ ବେଡ ବାଛିବାକୁ ନେଇ ଏମିତି କିଛି କହିଛନ୍ତି ଯାହା ସମସ୍ତଙ୍କୁ ଖୁବ ପସନ୍ଦ ଆସିଛି । ଦୀପକ କହିଥିଲେ, ‘ବେଡ କେସେ ବୁକ କରେ ? ଶାର୍ଟ ନିକାଲ କର ରଖ ଦେ କି ଆଧାର କାର୍ଡ ରଖ ଦେ…? ସାଲା ମଙ୍ଗବାନା ପଡେଗା ଘର ସେ’ । ଦୀପକଙ୍କ ଏହି ଡାଇଲଗ ବିଗ ବସ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ ଆସିଛି ।

ଏହି ଡାଇଲଗ ପାଇଁ ଦୀପକ ରାତାରାତି ଟ୍ୱିଟରରେ ଟ୍ରେଣ୍ଡ କରୁଛନ୍ତି । ଦୀପକଙ୍କୁ ନେଇ ଲୋକେ ପଜିଟିଭ ଟ୍ୱିଟ କରୁଥିବା ଦେଖିବାକୁ ମିଳିଛି । କହିରଖୁଛୁ ଯେ ଦୀପକ ଫିଲ୍ମ ‘ଗ୍ୟାଙ୍ଗସ ଅଫ ବାସେପୁର’ ଏବଂ ଫିଲ୍ମ ‘ମୁକ୍କାବାଜ’ରେ ଗୀତ ଗାଇଛନ୍ତି ।

Comments
Loading...

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More